ମନ୍ କୀ ବାତରେ ଓଡ଼ିଆ ମତ୍ସ୍ୟ ଉଦ୍ୟୋଗୀ ସୁଜାତା ଭୂୟାଁଙ୍କୁ ପ୍ରଶଂସା କରିଥିବାରୁ ପିଏମ ମୋଦିଙ୍କୁ ଧନ୍ୟବାଦ ଜଣାଇଲେ ଧର୍ମେନ୍ଦ୍ର ପ୍ରଧାନ
ଭୁବନେଶ୍ୱର, 29 ମାର୍ଚ୍ଚ (ହି.ସ.)- ମନ୍ କୀ ବାତରେ ଓଡ଼ିଆ ମତ୍ସ୍ୟ ଉଦ୍ୟୋଗୀ ସୁଜାତା ଭୂୟାଁଙ୍କୁ ପ୍ରଶଂସା କରିଥିବାରୁ ପିଏମ ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏନେଇ ସୋସିଆଲ ମିଡିଆ ଏକ୍ସରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ପ୍ରଧାନମନ୍
ମନ୍ କୀ ବାତରେ ଓଡ଼ିଆ ମତ୍ସ୍ୟ ଉଦ୍ୟୋଗୀ ସୁଜାତା ଭୂୟାଁଙ୍କୁ     ପ୍ରଶଂସା କରିଥିବାରୁ ପିଏମ ମୋଦିଙ୍କୁ ଧନ୍ୟବାଦ ଜଣାଇଲେ ଧର୍ମେନ୍ଦ୍ର ପ୍ରଧାନ


ଭୁବନେଶ୍ୱର, 29 ମାର୍ଚ୍ଚ (ହି.ସ.)- ମନ୍ କୀ ବାତରେ ଓଡ଼ିଆ ମତ୍ସ୍ୟ ଉଦ୍ୟୋଗୀ ସୁଜାତା

ଭୂୟାଁଙ୍କୁ ପ୍ରଶଂସା କରିଥିବାରୁ ପିଏମ ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର

ପ୍ରଧାନ । ଏନେଇ ସୋସିଆଲ ମିଡିଆ ଏକ୍ସରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର

ମୋଦି ଆଜି ମନ୍ କୀ ବାତକାର୍ଯ୍ୟକ୍ରମରେ ସମ୍ବଲପୁରର ଶ୍ରୀମତୀ ସୁଜାତା ଭୂୟାଁଙ୍କ

କାର୍ଯ୍ୟକୁ ପ୍ରଶଂସା କରି ଓଡ଼ିଶାବାସୀଙ୍କୁ ଗର୍ବିତ କରିଥିବାରୁ ଧନ୍ୟବାଦ ।

କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ଶ୍ରୀମତୀ ସୁଜାତା ଭୂୟାଁ

ହୀରାକୁଦ ଜଳଭଣ୍ଡାରରେ ‘କେଜ୍ କଲ୍ଚର’ ମାଧ୍ୟମରେ ମାଛ ଚାଷ କରି ନିଜେ ଆତ୍ମନିର୍ଭର ହେବା ସହ

ଅନ୍ୟ ମହିଳାମାନଙ୍କ ପାଇଁ ଏକ ନୂତନ ଦିଗ୍ଦର୍ଶନ ସାଜିଛନ୍ତି । ଗୃହିଣୀରୁ ଜଣେ ସଫଳ ଉଦ୍ୟୋଗୀ

ଭାବେ ତାଙ୍କର ଏହି ଯାତ୍ରା ନାରୀ ସମାଜକୁ ପ୍ରେରିତ କରିବ ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande