ମଦ ପାଇଁ ସାଙ୍ଗ ହତ୍ୟା କଲା ସାଙ୍ଗକୁ : ମୁଖ୍ୟ ଅଭିଯୁକ୍ତ ଗିରଫ, ଚାପଡ ଜବତ
ପୁରୀ, ୨୯ ମାର୍ଚ୍ଚ (ହି.ସ.) - ପୁରୀ ସମୁଦ୍ରକୂଳ ଥାନା ଅଂଚଳରେ ଘଟିଥିବା ସମୀର ବାରିକ ଓରଫ ତପୁ ହତ୍ୟାକାଣ୍ଡ ଘଟଣାର ପର୍ଦ୍ଦାଫାସ ଓ ମୁଖ୍ୟ ଅଭିଯୁକ୍ତ କୁ ଗିରଫ କରିଛି ପୁରୀ ପୋଲିସ । ଏ ସମ୍ପର୍କରେ ରବିବାର ଅପରାହ୍ନରେ ଅନୁଷ୍ଠିତ ପୁରୀ ପୋଲିସ ମୁଖ୍ୟ କାର୍ଯ୍ୟାଳୟ ସଭାଗୃହରେ ସାମ୍ବାଦିକ ସମ୍ମିଳନୀରେ
ମଦ ପାଇଁ ସାଙ୍ଗ ହତ୍ଯା କଲା ସାଙ୍ଗକୁ ମୁଖ୍ଯ ଅଭିଯୁକ୍ତ ଗିରଫ ଚାପଡ ଜବତ


ପୁରୀ, ୨୯ ମାର୍ଚ୍ଚ (ହି.ସ.) - ପୁରୀ ସମୁଦ୍ରକୂଳ ଥାନା ଅଂଚଳରେ ଘଟିଥିବା ସମୀର ବାରିକ ଓରଫ ତପୁ ହତ୍ୟାକାଣ୍ଡ ଘଟଣାର ପର୍ଦ୍ଦାଫାସ ଓ ମୁଖ୍ୟ ଅଭିଯୁକ୍ତ କୁ ଗିରଫ କରିଛି ପୁରୀ ପୋଲିସ । ଏ ସମ୍ପର୍କରେ ରବିବାର ଅପରାହ୍ନରେ ଅନୁଷ୍ଠିତ ପୁରୀ ପୋଲିସ ମୁଖ୍ୟ କାର୍ଯ୍ୟାଳୟ ସଭାଗୃହରେ ସାମ୍ବାଦିକ ସମ୍ମିଳନୀରେ ଏସପି ପ୍ରତୀକ ସିଂଙ୍କ କହିଛନ୍ତି ଘଟଣାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ପାଇକରାୟକୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ଏ ସମ୍ପର୍କରେ ସମୁଦ୍ରକୂଳ ଥାନାରେ ୯୭/୨୬ରେ ମାମଲା ରୁଜୁ ହୋଇଥିଲା । ଘଟଣାରୁ ପ୍ରକାଶ ଯେ ଶୁକ୍ରବାର ରାତିରେ ଷ୍ଟେସନ ପାଖରେ ତପୁ ଓ ଗୋବିନ୍ଦ ସହ ଅନ୍ୟ ଦୁଇଜଣ ସାଙ୍ଗ ମଦ୍ୟପାନ କରିଥିଲେ । ମଦ ସରି ଯିବାରୁ ତପୁ କହିଥିଲା ଗୋବିନ୍ଦକୁ ମଦ ଆଣିବା ପାଇଁ କିନ୍ତୁ ମଦ ଗୋବିନ୍ଦ ନଆଣିବାରୁ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା । ପରେ ଗୋବିନ୍ଦ ଘରୁ ଏକ ଚାପଡ ଆଣି ତପୁ ଓ ବବୁଲକୁ ଚାପଡରେ ଆକ୍ରମଣ କରିଥିଲା । ତପୁ ତଳେ ମୁହଁ ମାଡି ପଡିଯିବାରୁ ଗୋବିନ୍ଦ ଇଟାରେ ମୁଣ୍ଡକୁ ଛେଚି ଫେରାର ହୋଇଯାଇଥିଲା । ବବୁଲୁ କଟକ ବଡ ମେଡିକାଲରେ ଚିକିତ୍ସାଧିନ ଅଛନ୍ତି । ସମୁଦ୍ରକୂଳ ଥାନା ପୋଲିସ ଓ ସାଇଂଟିଫିକ ଟିମ ଯାଇ ଘଟଣା ସ୍ଥଳରୁ ରକ୍ତ ଲଗା ଚାପଡ ଓ ଇଟା ,ଖଣ୍ଡାର ବେଂଟ, ରକ୍ତ ଲଗା କଳାରଙ୍ଗ ସାର୍ଟ, ରକ୍ତ ଲଗା ଚପଲ ଓ ଦୁଇଟି ମୋବାଇଲ ଫୋନ ଜବତ କରିଛି । ପୋଲିସ ଅଭିଯୁକ୍ତକୁ ନେଇ ଘଟଣା ସ୍ଥଳରେ ରିକ୍ରିଏସନ କରିଥିଲା ।

ହିନ୍ଦୁସ୍ଥାନ ସମାଚାର / ବିଜୟ


 rajesh pande