
ଭୁବନେଶ୍ୱର, 29 ମାର୍ଚ୍ଚ (ହି.ସ.)- ପ୍ରଧାନମନ୍ତ୍ରୀ ମୋଦି ତାଙ୍କର ମାସିକ ରେଡିଓ
କାର୍ଯ୍ୟକ୍ରମ ‘ମନ କି ବାତ’ର ୧୩୨ତମ ଏପିସୋଡରେ ୨ ଓଡ଼ିଆଙ୍କୁ ପ୍ରଶଂସା କରିଛନ୍ତି ।
କେନ୍ଦ୍ରାପଡ଼ାର ଓମ୍ପ୍ରକାଶ ରଥ ଓ ସମ୍ବଲପୁରର ସୁଜାତା ଭୂୟାଁଙ୍କୁ ପ୍ରଶଂସା କରିଛନ୍ତି ପିଏମ ମୋଦି ।
ମନ୍ କି ବାତ୍ରେ ସମ୍ବଲପୁରର ସୁଜାତା ଭୂୟାଁଙ୍କୁ ପ୍ରଶଂସା
କରିଛନ୍ତି ପ୍ରଧାନମନ୍ତ୍ରୀ । ହୀରାକୁଦ ଡ୍ୟାମରେ ମାଛ ଚାଷରେ ସଫଳତା ପାଇଥିବାରୁ ସୁଜାତାଙ୍କୁ
ପ୍ରଶଂସା କରିଛନ୍ତି ପିଏମ ।
ସେହିପରି ମନ୍ କି ବାତ୍ରେ କେନ୍ଦ୍ରାପଡ଼ାର ଓମ୍ ପ୍ରକାଶ
ରଥଙ୍କୁ ପ୍ରଶଂସା କରିଛନ୍ତି ମୋଦି । ମହିଳାଙ୍କୁ ସଶକ୍ତ କରିବା କ୍ଷେତ୍ରରେ ଓମ୍ ପ୍ରକାଶଙ୍କ
ପଦକ୍ଷେପକୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା