ବିଜେଡି ନର୍ଲା ବିଧାୟିକା ମନୋରମା ମହାନ୍ତିଙ୍କ ସରକାରୀ କ୍ୱାର୍ଟରରେ ପୋଲିସର ଚଢ଼ାଉ
ଭୁବନେଶ୍ୱର, 29 ମାର୍ଚ୍ଚ (ହି.ସ.)- ବିଜେଡି ବିଧାୟିକା ମନୋରମା ମହାନ୍ତିଙ୍କ ଭୁବନେଶ୍ୱର ସରକାରୀ ବାସଭବନରେ କେସିଙ୍ଗା ପୋଲିସ ଚଢାଉ କରିଛି । ବିଧାୟିକାଙ୍କ ସ୍ୱାମୀ ତଥା ନର୍ଲା ବ୍ଲକ ଅଧ୍ୟକ୍ଷ ଦୁର୍ଗାପ୍ରସାଦ ମହାନ୍ତି ଓରଫ ମୁନା ମହାନ୍ତି ସ୍ଥାନୀୟ ତହସିଲଦାର ବିଭୁ
ବିଜେଡି ନର୍ଲା ବିଧାୟିକା ମନୋରମା ମହାନ୍ତିଙ୍କ ସରକାରୀ     କ୍ୱାର୍ଟରରେ ପୋଲିସର ଚଢ଼ାଉ


ଭୁବନେଶ୍ୱର, 29 ମାର୍ଚ୍ଚ (ହି.ସ.)- ବିଜେଡି ବିଧାୟିକା ମନୋରମା ମହାନ୍ତିଙ୍କ

ଭୁବନେଶ୍ୱର ସରକାରୀ ବାସଭବନରେ କେସିଙ୍ଗା ପୋଲିସ ଚଢାଉ କରିଛି । ବିଧାୟିକାଙ୍କ ସ୍ୱାମୀ ତଥା

ନର୍ଲା ବ୍ଲକ ଅଧ୍ୟକ୍ଷ ଦୁର୍ଗାପ୍ରସାଦ ମହାନ୍ତି ଓରଫ ମୁନା ମହାନ୍ତି ସ୍ଥାନୀୟ ତହସିଲଦାର ବିଭୁ

ପ୍ରସାଦଙ୍କୁ ଫୋନରେ ହତ୍ୟା ଧମକ ଦେବା ଅଭିଯୋଗରେ ଚଢ଼ାଉ କରିଛି ପୁଲିସ। ଗତ ଫେବୃଆରୀ

୧୫ତାରିଖରେ କେସିଙ୍ଗା ଥାନାରେ ଅଭିଯୋଗ କରିଥିଲେ ତହସିଲଦାର। ଆଜି ସକାଳୁ କେସିଙ୍ଗା ପୁଲିସର ଏକ

ଟିମ ମନୋରମାଙ୍କ ସରକାରୀ ବାସଭବନରେ ଚଢ଼ାଉ କରିଥିଲେ ହେଁ ବିଧାୟିକା କିମ୍ବା ତାଙ୍କ

ସ୍ୱାମୀଙ୍କୁ ପାଇନଥିଲେ।

ଏହି ଘଟଣାକୁ ନେଇ ବିଜେଡି ପକ୍ଷରୁ ତୀବ୍ର ପ୍ରତିକ୍ରିୟା

ପ୍ରକାଶ ପାଇଛି। ବିଜେଡି ଯୁବ ସଭାପତି ଚିନ୍ମୟ ସାହୁ, ଛାତ୍ର ସଭାପତି ଇପ୍ସିତା ସାହୁ, ମନ୍ମଥ ରାଉତରାୟଙ୍କ ସମେତ ଅନ୍ୟ

ବିଜେଡି ନେତା ଉପସ୍ଥିତ ରହି ଏ ଘଟଣାକୁ ବିରୋଧ କରିଛନ୍ତି। କାହିଁକି କେସିଙ୍ଗା ପୁଲିସ ବିନା

ୱାରେଣ୍ଟରେ ବିଧାୟିକାଙ୍କ ଘରେ ଚଢ଼ାଉ କଲା, ତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande