ଆରସିଏମଏସ ଲିମିଟେଡ ପକ୍ଷରୁ ବାର୍ଷିକ ବୈଠକ
ଜୟପୁର, 3 ମାର୍ଚ୍ଚ (ହି.ସ.) - ଆରସିଏମଏସ ଜୟପୁର କାର୍ଯ୍ୟାଳୟ ପରିସରରେ ବାର୍ଷିକ ବୈଠକ ଆଜି ଅନୁଷ୍ଠିତ ହୋଇଯାଇଛି। ସଭାପତି ସୁକାନ୍ତ ତ୍ରିପାଠୀଙ୍କ ଆହ୍ୱାନ କ୍ରମେ ଆୟୋଜିତ ଏହି ବୈଠକରେ ଆରସିଏମଏସର ସମସ୍ତ କର୍ମକର୍ତା ଉପସ୍ଥିତ ଥିଲେ। ପ୍ରାରମ୍ଭରେ ଶ୍ରୀ ତ୍ରିପାଠୀ ବାର୍ଷିକ ବି
ଆରସିଏମଏସ ଲିମିଟେଡ ପକ୍ଷରୁ ବାର୍ଷିକ ବୈଠକ


ଜୟପୁର, 3 ମାର୍ଚ୍ଚ (ହି.ସ.) - ଆରସିଏମଏସ ଜୟପୁର କାର୍ଯ୍ୟାଳୟ ପରିସରରେ ବାର୍ଷିକ ବୈଠକ ଆଜି

ଅନୁଷ୍ଠିତ ହୋଇଯାଇଛି। ସଭାପତି ସୁକାନ୍ତ ତ୍ରିପାଠୀଙ୍କ ଆହ୍ୱାନ କ୍ରମେ ଆୟୋଜିତ ଏହି ବୈଠକରେ ଆରସିଏମଏସର ସମସ୍ତ

କର୍ମକର୍ତା ଉପସ୍ଥିତ ଥିଲେ। ପ୍ରାରମ୍ଭରେ ଶ୍ରୀ ତ୍ରିପାଠୀ ବାର୍ଷିକ ବିବରଣୀ ପାଠ କରିଥିଲେ।

ଗତବର୍ଷ ସାଧାରଣ ସଭାର କାର୍ଯ୍ୟପନ୍ଥା ପଢିବା ସହ ଆଗାମୀ ଦିନର କାର୍ଯ୍ୟପନ୍ଥା

ମଧ୍ୟ ପାଠ କରିଥିଲେ। ୨୦୨୬-୨୭ ବର୍ଷ ପାଇଁ ସମାଜର ବଜେଟ ଆକଳନ ଅନୁମୋଦନ, ପ୍ରଶାସନିକ ଭବନରେ ଷ୍ଟଲ ନିର୍ମାଣ ପାଇଁ ଖୋଲା ସ୍ଥାନ ବଂଟନ ନିମନ୍ତେ

ଆଲୋଚନା କରାଯାଇଥିଲା। ଯେଉଁ ମାନେ ଷ୍ଟଲ ପାଇଁ ଆବେଦନ କରିଛନ୍ତି ସେମାନଙ୍କ ସିକ୍ୟୁରିଟି

ଟଙ୍କାରେ ଆରସିଏମସ ଦୋକାନ ଗୃହ ନିର୍ମାଣ କରିବ ବୋଲି ନିଷ୍ପତି ନିଆଯାଇଥିଲା। ଏହି ବୈଠକରେ

ଅନ୍ୟମାନଙ୍କ ମଧ୍ୟରେ ସୁଦୀପ ପଦାର, ଟୁଇଙ୍କଲ ମିଶ୍ର, ଅରୁଣ ଭଟ୍ଟମିଶ୍ର,ସୁବାଶ ସାହୁଙ୍କ ସମେତ ଅନ୍ୟ

ନିର୍ଦ୍ଧେଶକ ମାନେ ଉପସ୍ଥିତ ଥିବା ଜଣାଯାଇଛି ।

.............................

---------------

ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ


 rajesh pande