
କୁଏତ ସିଟି- , 30 ମାର୍ଚ୍ଚ
(ହି.ସ.)। ଇରାନୀ ଆକ୍ରମଣରେ କୁଏତର ବିଦ୍ୟୁତ ଏବଂ ପାଣିର ଡିସେଲିନେସନ୍ (ଲୁଣମୁକ୍ତିକରଣ)
ପ୍ଲାଣ୍ଟ କ୍ଷତିଗ୍ରସ୍ତ ହୋଇଛି। କୁଏତ ଅଧିକାରୀମାନେ କହିଛନ୍ତି ଯେ, ଏହି ଆକ୍ରମଣରେ ଜଣେ ଭାରତୀୟ କର୍ମଚାରୀଙ୍କ ମୃତ୍ୟୁ
ଘଟିଛି। ଆକ୍ରମଣରେ ଭବନକୁ ଭୌତିକ କ୍ଷତି ପହଞ୍ଚିଛି। ଏହି ଆକ୍ରମଣ ଏମିତି ସମୟରେ ଘଟିଛି, ଯେତେବେଳେ ଯୁଦ୍ଧ ଯୋଗୁ ଅଞ୍ଚଳୀୟ ବିବାଦ ବଢ଼ୁଛି।
ଅଲ୍ ଜଜିରା ଚ୍ୟାନେଲ୍ ଏବଂ ସିବିଏସ୍ ନ୍ୟୁଜ୍ର ଖବର ଅନୁସାରେ, କୁଏତର ବିଦ୍ୟୁତ ମନ୍ତ୍ରଣାଳୟ ସୋମବାର ଜଣାଇଛି, “ଇରାନ ଦେଶର ଏକ ବିଦ୍ୟୁତ ଏବଂ ପାଣିର ଡିସେଲିନେସନ୍
ପ୍ଲାଣ୍ଟରେ ଥିବା ଏକ ସର୍ଭିସ୍ ବିଲ୍ଡିଂକୁ ଲକ୍ଷ୍ୟ କରି ଆକ୍ରମଣ କରିଛି। ଏହି ଆକ୍ରମଣରେ ଜଣେ
ଭାରତୀୟ କର୍ମଚାରୀଙ୍କ ମୃତ୍ୟୁ ଘଟିଛି ଏବଂ ଭବନକୁ ଗୁରୁତର ଭାବରେ କ୍ଷତି ହୋଇଛି।”
ବିବୃତି ଅନୁଯାୟୀ, ଆକ୍ରମଣ ପରେ ପରିସ୍ଥିତିକୁ
ନିୟନ୍ତ୍ରଣ କରିବା ଏବଂ କାମକୁ ସାଧାରଣ ଭାବେ ଚାଲୁ ରଖିବା ପାଇଁ ତୁରନ୍ତ ଟେକ୍ନିକାଲ୍ ଏବଂ ଜରୁରୀକାଳୀନ
ପ୍ରତିକ୍ରିୟା ଦଳକୁ ପଠାଯାଇଛି। ଇରାନ ଏପର୍ଯ୍ୟନ୍ତ ଏହି ଆକ୍ରମଣ ବିଷୟରେ କୌଣସି ଔପଚାରିକ ମତ
ଦେଇନାହିଁ। ସରକାରୀ ଗଣମାଧ୍ୟମ କୁଏତର ମନ୍ତ୍ରଣାଳୟଙ୍କୁ ଉଦ୍ଧୃତ କରି କହିଛି ଯେ, ଏହି ଆକ୍ରମଣରେ ପ୍ଲାଣ୍ଟରେ ଭାରି କ୍ଷତି ହୋଇଛି।
କୁଏତର ରକ୍ଷା ମନ୍ତ୍ରଣାଳୟ ଗତକାଲି ସନ୍ଧ୍ୟାରେ କହିଥିଲା ଯେ, କୁଏତର ଆକାଶସୀମାରେ 14ଟି ମିସାଇଲ୍ ଏବଂ 12ଟି ଡ୍ରୋନ୍
ଦେଖାଯାଇଥିଲା। ସେମାନଙ୍କ ମଧ୍ୟରୁ କିଛି ଡ୍ରୋନ୍ ଏକ ସେନା ଶିବିରକୁ ଲକ୍ଷ୍ୟ କରୁଥିଲେ। ଏହି
ସମୟରେ 10ଜଣ ସେନା ଆହତ ହୋଇଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା