
ନୂଆଦିଲ୍ଲୀ, ୩୦ ମାର୍ଚ୍ଚ (ହି.ସ.)- କେନ୍ଦ୍ର ସରକାର ନ୍ୟୁ ମାଙ୍ଗାଲୋର ବନ୍ଦର କର୍ତୃପକ୍ଷଙ୍କ ବର୍ଥ ନମ୍ବର ୯ ର ପୁନଃବିକାଶ ପାଇଁ ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି । ଏହି ପ୍ରକଳ୍ପର ଲକ୍ଷ୍ୟ ତରଳ ବଲ୍କ କାର୍ଗୋ ପରିଚାଳନା କ୍ଷମତା ବୃଦ୍ଧି କରିବା ଏବଂ ସାମୁଦ୍ରିକ ଦକ୍ଷତାକୁ ସୁଦୃଢ଼ କରିବା ।
କେନ୍ଦ୍ର ବନ୍ଦର, ଜାହାଜ ଚଳାଚଳ ଏବଂ ଜଳପଥ ମନ୍ତ୍ରଣାଳୟ ଅନୁଯାୟୀ, ଏହି ପ୍ରକଳ୍ପକୁ ସାର୍ବଜନୀନ-ଘରୋଇ ସହଭାଗୀତା (ପିପିପି) ମଡେଲ ଅଧୀନରେ ଡିବିଏଫଓଟି ଆଧାରରେ କାର୍ଯ୍ୟକାରୀ କରାଯିବ । ଏହି ପ୍ରକଳ୍ପ ଅଧୀନରେ, ପୁରୁଣା ଢାଂଚାକୁ ହଟାଯାଇ ବର୍ଥ ନମ୍ବର ୯ କୁ ଆଧୁନିକ ପ୍ରଣାଳୀରେ ପୁନଃବିକଶିତ କରାଯିବ, ଯେଉଁଠି ଅଶୋଧିତ ତେଲ, ପେଟ୍ରୋଲିୟମ ଉତ୍ପାଦ ଏବଂ ଏଲପିଜି ଭଳି ତରଳ କାର୍ଗୋକୁ ପରିଚାଳନା କରାଯିବ ।
ଏହି ପ୍ରକଳ୍ପ ଦ୍ୱାରା ବର୍ଥର ଗଭୀରତା ବର୍ତମାନ ୧୦.୫ ମିଟରରୁ ୧୪ ମିଟରକୁ ବୃଦ୍ଧି ପାଇବ, ଭବିଷ୍ୟତରେ ଏହାକୁ ୧୯.୮ ମିଟର ପର୍ଯ୍ୟନ୍ତ ବୃଦ୍ଧି କରିବାର ବ୍ୟବସ୍ଥା ରହିଛି । ଏହାଦ୍ୱାରା ୨ ଲକ୍ଷ ଡିଡବ୍ଲୁଟି ପର୍ଯ୍ୟନ୍ତ ବଡ ଜାହାଜଗୁଡ଼ିକୁ, ଯେଉଁଥିରେ ବିଏଲଜିସି ମଧ୍ୟ ସାମିଲ୍ ରହିଛି, ତାହାକୁ ପରିଚାଳନା କରାଯାଇପାରିବ ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ