ପାକିସ୍ତାନ ସୀମାରେ ନୂଆ ଡିଜିଏମଓ ହେବେ ଲେଫ୍ଟିନାଂଟ ଜେନେରାଲ ଅଭିଜିତ ଏସ.ପେଂଢାରକର
ନୂଆଦିଲ୍ଲୀ, 31 ମାର୍ଚ୍ଚ (ହି.ସ.)। ଭାରତୀୟ ସେନାରେ ବଡ଼ ପରିବର୍ତ୍ତନ କରାଯାଉଛି। ଏବେ ଲେଫ୍ଟେନାଣ୍ଟ ଜେନେରାଲ୍ ଅଭିଜିତ ଏସ୍. ପେଢାରକର ପାକିସ୍ତାନ ସୀମାରେ ନୂତନ ଡାଇରେକ୍ଟର ଜେନେରାଲ୍ ଅଫ୍ ମିଲିଟାରୀ ଅପରେସନ୍ସ (ଡିଜିଏମଓ) ହେବେ। ସେ ଉତ୍ତର-ପୂର୍ବ ଅଞ୍ଚଳରେ ସେନାର ସ୍ପିଅର
ପାକିସ୍ତାନ ସୀମାରେ ନୂଆ     ଡିଜିଏମଓ ହେବେ ଲେଫ୍ଟିନାଂଟ ଜେନେରାଲ ଅଭିଜିତ ଏସ.ପେଂଢାରକର


ନୂଆଦିଲ୍ଲୀ, 31 ମାର୍ଚ୍ଚ (ହି.ସ.)। ଭାରତୀୟ ସେନାରେ ବଡ଼ ପରିବର୍ତ୍ତନ କରାଯାଉଛି।

ଏବେ ଲେଫ୍ଟେନାଣ୍ଟ ଜେନେରାଲ୍ ଅଭିଜିତ ଏସ୍. ପେଢାରକର ପାକିସ୍ତାନ ସୀମାରେ ନୂତନ ଡାଇରେକ୍ଟର ଜେନେରାଲ୍

ଅଫ୍ ମିଲିଟାରୀ ଅପରେସନ୍ସ (ଡିଜିଏମଓ) ହେବେ। ସେ ଉତ୍ତର-ପୂର୍ବ ଅଞ୍ଚଳରେ ସେନାର ସ୍ପିଅର

କର୍ପ୍ସର କମାଣ୍ଡର କମାଣ ସମ୍ଭାଳିଥିବା ଜଣେ ଅନୁଭବୀ ଅଧିକାରୀ ଅଟନ୍ତି। ବର୍ତ୍ତମାନର ଡିଜିଏମଓ

ଲେଫ୍ଟେନାଣ୍ଟ ଜେନେରାଲ୍ ରାଜୀବ ଘଇଙ୍କୁ ଡିପୁଟି ଚିଫ୍ ଅଫ୍ ଆର୍ମି ଷ୍ଟାଫ୍ (ଷ୍ଟ୍ରାଟେଜି)

ଭାବେ ଦାୟିତ୍ୱ ଦିଆଯିବ, ଯାହା ଫଳରେ ପରିବର୍ତ୍ତିତ

ଯୁଦ୍ଧ ପରିସ୍ଥିତିରେ ଅପରେସନାଲ୍ ଷ୍ଟ୍ରାଟେଜିକୁ ନୂତନ ଦିଗ ମିଳିବ।

ଲେଫ୍ଟେନାଣ୍ଟ ଜେନେରାଲ୍

ରାଜୀବ ଘାଇ ଅକ୍ଟୋବର 2024ରେ ଡିଜିଏମଓ ଭାବେ ନିଯୁକ୍ତ ହୋଇଥିଲେ। ସେ ସେନାର ଅଭିଯାନ, ଗୁପ୍ତଚର ସମନ୍ୱୟ ଓ ପାକିସ୍ତାନ ସହ ସିଜଫାୟାର ଆଲୋଚନାରେ କେନ୍ଦ୍ରୀୟ

ଭୂମିକା ନିଭାଇଛନ୍ତି। ତାଙ୍କ ନେତୃତ୍ୱରେ ଭାରତୀୟ ସେନା ପିଛଲା ବର୍ଷ ମେ ମାସରେ ‘ଅପରେସନ

ସିନ୍ଦୁର’ ସମୟରେ ଆତଙ୍କବାଦୀ ଠିକଣାଗୁଡ଼ିକୁ ଧ୍ୱଂସ କରିଥିଲା, ଯାହା ପରେ ପାକିସ୍ତାନ ସିଜଫାୟାର ପାଇଁ ଅନୁରୋଧ କରିଥିଲା। ସେ ତାଙ୍କ

ସାମରିକ କ୍ୟାରିୟର 1989ରେ କୁମାଉଁ ରେଜିମେଣ୍ଟରେ କମିଶନ୍ ପାଇ ଆରମ୍ଭ କରିଥିଲେ।

ଏହା ପୂର୍ବରୁ ସେ ଶ୍ରୀନଗର

ସ୍ଥିତ 15ମ କୋର୍ (ଚିନାର କର୍ପ୍ସ)ର କମାଣ୍ଡର ଥିଲେ ଏବଂ ଜମ୍ମୁ-କାଶ୍ମୀରରେ ଆତଙ୍କବାଦ ବିରୋଧୀ

ଅଭିଯାନ ଓ ସୀମାପାର ସାମରିକ କୂଟନୀତିରେ ତାଙ୍କୁ ବିଶେଷଜ୍ଞ ମନାଯାଏ। ସେ ଉତ୍ତମ ଯୁଦ୍ଧ ସେବା

ମେଡାଲ୍, ଅତି ବିଶିଷ୍ଟ ସେବା ମେଡାଲ୍ ଓ ସେନା ମେଡାଲ୍ରେ ସମ୍ମାନିତ

ହୋଇଛନ୍ତି। ଜୁନ୍ 2025 ଠାରୁ ସେ ଡିପୁଟି ଚିଫ୍ ଅଫ୍ ଆର୍ମି ଷ୍ଟାଫ୍ (ଷ୍ଟ୍ରାଟେଜି)ର ଅତିରିକ୍ତ

ଦାୟିତ୍ୱ ମଧ୍ୟ ନିଭାଇଆସୁଥିଲେ, ଯାହା ସେନାରେ ଅତ୍ୟନ୍ତ

ଗୁରୁତ୍ୱପୂର୍ଣ୍ଣ ପଦବୀ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande