
ଜୟପୁର, ୩୧ ମାର୍ଚ୍ଚ (ହି.ସ.)- ଜୟପୁର ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଅଧିନସ୍ଥ ହାଟକଙ୍ଗା ଉନ୍ନତ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ନାରାୟଣ ଚନ୍ଦ୍ର ଦାସ ଓ ଇନ୍ଦିରା କଲୋନୀ ଖ ପ୍ରାଥମିକ ବିଦ୍ୟାଳୟ ଜୟପୁରର ଶିକ୍ଷୟିତ୍ରୀ ଶ୍ରୀମତି ଜ୍ୟୋତ୍ସ୍ନା ପାଣିଗ୍ରାହୀ ତା ୩୧.୦୩.୨୦୨୬ ରେ ଚାକିରିରୁ ଅବସର ଗ୍ରହଣ କରିବାକୁ ଥିବା ସମୟରେ ଅବସର ଗ୍ରହଣ ପୂର୍ବରୁ ସରକାର ଉକ୍ତ ଦ୍ବୟ ଅବସରପ୍ରାପ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ପୂର୍ଣ୍ଣାଙ୍ଗ ପେନସନ୍ ମଞ୍ଜୁର କରିଥିଲେ l ଏନେଇ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ତରଫରୁ ଉକ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଦ୍ବୟଙ୍କୁ ପୂର୍ଣ୍ଣାଙ୍ଗ ପେନସନ ମଞ୍ଜୁର ଆଦେଶ ପ୍ରଦାନ କରାଯାଇଥିଲା l ଗୋଷ୍ଠୀ ଶିକ୍ଷା ଅଧିକାରୀ ଜୟପୁର ଚନ୍ଦନ କୁମାର ନାୟକ ପୂର୍ଣ୍ଣାଙ୍ଗ ପେନସନ୍ ମଞ୍ଜୁର ଆଦେଶ ପ୍ରଦାନ କରିବା ସହିତ ଅବସରପ୍ରାପ୍ତ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କର ଆଗାମୀ ଜୀବନ ସୁଖମୟ ହେବା ନିମନ୍ତେ କାମନା କରିଥିଲେ l କାର୍ଯ୍ୟ।ଳୟର ବିଭାଗୀୟ ଅଧିକାରୀ ରାଜେନ୍ଦ୍ର ନାରାୟଣ ପାଢି ଓ ବରିଷ୍ଠ ସହାୟକ ଶଶୀଭୂଷଣ ଦାଶ୍ ଉପସ୍ଥିତ ରହି ଉକ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଦ୍ବୟଙ୍କ ଅବସର ପରବର୍ତୀ ସମୟ ସୁଖରେ କଟିବା ନେଇ ଭଗବାନଙ୍କ ନିକଟରେ ପ୍ରାର୍ଥନା କରିଥିଲେ l ଉକ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଦ୍ବୟ ଠିକ୍ ସମୟରେ କାର୍ଯ୍ୟାଳୟରେ କାଗଜପତ୍ର ଦାଖଲ କରିଥିବା ଯୋଗୁଁ ଅବସର ଗ୍ରହଣ ପୂର୍ବରୁ ତାଙ୍କର ପୂର୍ଣ୍ଣାଙ୍ଗ ପେନସନ୍ ମଞ୍ଜୁର କରାଇବାରେ ଆମେ ସମର୍ଥ ହୋଇପାରିଲୁ ବୋଲି ଶଶୀଭୂଷଣ ଦାଶ୍ ବରିଷ୍ଠ ସହାୟକ ମତବ୍ୟକ୍ତ କରିଥିଲେ l ଏହି କିଛି ମାସ ହେବ ଅବସର ଗ୍ରହଣ ଦିନ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ପୂର୍ଣ୍ଣାଙ୍ଗ ପେନସନ୍ ପାଇ ଆସୁଛନ୍ତି ବୋଲି ଶ୍ରୀ ଦାଶ୍ କହିଛନ୍ତି ଓ ଏହିପରି ଯଦି ଶିକ୍ଷକ ଶିକ୍ଷୟିତ୍ରୀ ମାନେ ତତ୍ପର ହୋଇ ଅବସର ଗ୍ରହଣ ପୂର୍ବରୁ ତାଙ୍କର କାଗଜପତ୍ର ଦାଖଲ କରିବେ ତାହେଲେ ପ୍ରତି ମାସରେ ଅବସର ଗ୍ରହଣ କରୁଥିବା ଦିନ ହିଁ ପୁର୍ଣ୍ଣାଙ୍ଗ ପେନସନ୍ ପାଇବେ ବୋଲି ଶ୍ରୀ ଦାଶ୍ ଦୃଢୋକ୍ତି ପ୍ରକାଶ କରିଛନ୍ତି l
ହିନ୍ଦୁସ୍ଥାନ ସମାଚାର / ପିକେପି