ସମାଜସେବୀ ଭଗବାନ ସାବତ ସ୍ମୃତି ପରିଷଦ ପକ୍ଷରୁ ଟଙ୍କ ତୋରାଣି ବଂଟନ
ଭଦ୍ରକ, ୩୧ ମାର୍ଚ୍ଚ (ହି.ସ.) - ଭଦ୍ରକ ଜିଲ୍ଲା ତିହିଡିରେ ପବିତ୍ର ଶ୍ରୀରାମ ଦଶମୀ ଉପଲକ୍ଷେ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା।ଶ୍ରଦ୍ଧାଳୁ ମାନଙ୍କୁ ସେବାଯୋଗାଇବାକୁ ଲକ୍ଷରଖି ତିହିଡି ବ୍ଲକ ଅଧିନ ମଙ୍ଗରାଜପୁର ଗ୍ରାମର ସମାଜସେବୀ ଭଗବାନ ସ୍ମୃତି ପରିଷଦ ପକ୍ଷରୁ ମନ୍ଦୋଦରୀ କଲ୍ୟାଣମଣ୍ଡପ ପର
BHAGABAN SABAT SMRUTI PARISHAD


ଭଦ୍ରକ, ୩୧ ମାର୍ଚ୍ଚ (ହି.ସ.) - ଭଦ୍ରକ ଜିଲ୍ଲା ତିହିଡିରେ ପବିତ୍ର ଶ୍ରୀରାମ ଦଶମୀ ଉପଲକ୍ଷେ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା।ଶ୍ରଦ୍ଧାଳୁ ମାନଙ୍କୁ ସେବାଯୋଗାଇବାକୁ ଲକ୍ଷରଖି ତିହିଡି ବ୍ଲକ ଅଧିନ ମଙ୍ଗରାଜପୁର ଗ୍ରାମର ସମାଜସେବୀ ଭଗବାନ ସ୍ମୃତି ପରିଷଦ ପକ୍ଷରୁ ମନ୍ଦୋଦରୀ କଲ୍ୟାଣମଣ୍ଡପ ପରିସରରେ ଶ୍ରଦ୍ଧାଳୁ ମାନଙ୍କୁ ଟଙ୍କ ତୋରାଣି ବଂଟନ କରାଯାଇଥିଲା । ସଦର ରାଜସ୍ୱ ନିରୀକ୍ଷକ ସୌମ୍ୟରଂଜନ ସାମନ୍ତ ମୁଖ୍ୟ ଅତିଥିଭାବେ ଯୋଗଦେଇ ସମାଜସେବୀ ଭଗବାନ ସାବତଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରିବା ସହିତ ଟଙ୍କ ତୋରାଣି ବଂଟନ ଶିବିରକୁ ଉଦଘାଟନ କରିଥିଲେ।ସମ୍ମାନିତ ଅତିଥିଭାବେ ଅତିରିକ୍ତ ରାଜସ୍ୱ ନିରୀକ୍ଷକ ଭାଗିରଥି ବେହେରା ଉପସ୍ଥିତଥିଲେ।ପରେ ପରିଷଦ ପକ୍ଷରୁ ସରପଂଚ ଶୁଭ୍ର ନାରାୟଣ ସେଠୀ,କୁଳମଣି ସାବତ,ନୀଳମଣି ସାବତ,ସେଲିନା ନାୟକ, ଆଶିଷ ସାହୁ,ସୁଦାମ ଜେନା,ବାବୁଲି ପାଢ଼ୀ, ବାବୁଲି ପଣ୍ଡା,ସଞ୍ଜୟ ଦାସ,ସତ୍ୟ ନାରାୟଣ ଜେନା,ବିଜୟ ଜେନା,ରବିଜେନା,ଆଶିଷ ବାରିକ,ବଗଲା ପାଢ଼ୀ, ମୋହନ ବେହେରା,ଟୁକୁଲୁ ପାଢ଼ୀ, ଗୋପୀନାଥ ଭୋଇ,ସୁବାଷ ସେନାପତି,ଚନ୍ଦ୍ରଶେଖର ସାବତ ପ୍ରମୁଖଙ୍କ ସମେତ ସମସ୍ତ କର୍ମକର୍ତା ଓ ସଦସ୍ୟ ଶ୍ରଦ୍ଧାଳୁ ମାନଙ୍କୁ ଟଙ୍କ ତୋରାଣି ବଂଟନ କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande