ଜଙ୍ଗଲରୁ ବୃଦ୍ଧାଙ୍କ ଗଳିତ ଶବ ଉଦ୍ଧାର
ବଲାଙ୍ଗିର, ୩୧ ମାର୍ଚ୍ଚ (ହି.ସ.)- ବଲାଙ୍ଗିର ଜିଲ୍ଲା ମୁରିବାହାଲ ଥାନା ଅଧୀନ ଗୁଲମୀ ଜଙ୍ଗଲରୁ ଆଜି ଜଣେ ବୃଦ୍ଧାଙ୍କ ଗଳିତ ଶବ ଉଦ୍ଧାର ହୋଇଛି । ସୂଚନା ମତେ, ଆଜି ସକାଳୁ କିଛି ସ୍ଥାନୀୟ ଲୋକେ ମୁରିବାହାଲ ବନ୍ୟାଞ୍ଚଳ ଅଧୀନ ଗୁଲମୀ ଜଙ୍ଗଲରେ ଏକ ମଣିଷର ଗଳିତ ଶବ ପଡ଼ିଥିବା ଦେଖିଥିଲେ । ଏହାପରେ ସେମାନ
ଜଙ୍ଗଲରୁ ବୃଦ୍ଧାଙ୍କ କଙ୍କାଳ ଶବ ଉଦ୍ଧାର ।


ବଲାଙ୍ଗିର, ୩୧ ମାର୍ଚ୍ଚ (ହି.ସ.)- ବଲାଙ୍ଗିର ଜିଲ୍ଲା ମୁରିବାହାଲ ଥାନା ଅଧୀନ ଗୁଲମୀ ଜଙ୍ଗଲରୁ ଆଜି ଜଣେ ବୃଦ୍ଧାଙ୍କ ଗଳିତ ଶବ ଉଦ୍ଧାର ହୋଇଛି । ସୂଚନା ମତେ, ଆଜି ସକାଳୁ କିଛି ସ୍ଥାନୀୟ ଲୋକେ ମୁରିବାହାଲ ବନ୍ୟାଞ୍ଚଳ ଅଧୀନ ଗୁଲମୀ ଜଙ୍ଗଲରେ ଏକ ମଣିଷର ଗଳିତ ଶବ ପଡ଼ିଥିବା ଦେଖିଥିଲେ । ଏହାପରେ ସେମାନେ ମୁରିବାହାଲ ଥାନା ପୋଲିସକୁ ଏନେଇ ସୂଚନା ଦେଇଥିଲେ । ସୂଚନା ପାଇ ମୁରିବାହାଲ ପୋଲିସ୍ ପକ୍ଷରୁ ମୁରିବାହାଲ ଥାନା ଆଇଆଇସି ବୁଲୁ ମୁଣ୍ଡାଙ୍କ ନେତୃତ୍ୱରେ ସଂପୃକ୍ତ ଥାନା ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ଉକ୍ତ ଶବକୁ ଉଦ୍ଧାର କରିଥିଲେ । ତେବେ ପୋଲିସ ପକ୍ଷରୁ ଉଦ୍ଧାର ହୋଇଥିବା ଗଳିତ ଶବକୁ ଚିହ୍ନଟ କରାଯାଇଥିବା ବେଳେ ଉକ୍ତ ଶବଟି ହଳଦୀ ଗ୍ରାମପଞ୍ଚାୟତ ଅଧୀନ ଦାଢିଆପଦର୍ ଗାଁର ୮୦ ବର୍ଷୀୟ ବୃଦ୍ଧା ଦୁଲାରି ପୁଟେଲଙ୍କ ବୋଲି ଜଣାପଡିଛି । ସେ ପିନ୍ଧିଥିବା ଏକ ରୁପା ଚେନ୍ ରୁ ତାଙ୍କ ସମ୍ପର୍କୀୟ ତାଙ୍କୁ ଚିହ୍ନଟ କରିଥିବା ନେଇ ମୁରିବାହାଲ ଆଇଆଇସି ସୂଚନା ଦେଇଛନ୍ତି ।

ପ୍ରକାଶ ଥାଉକି, ମୃତ ବୃଦ୍ଧା ଜଣକ ଗତ ୧୦ ତାରିଖରେ ମହୁଲ ଫୁଲ ଗୋଟାଇ ଯାଉଥିବା କହି ନିଜ ଘରୁ ବାହାରି ଆଉ ଘରକୁ ଫେରି ନଥିଲେ । ତେବେ ଏନେଇ ନିଖୋଜ ଦିନ ମୃତ ବୃଦ୍ଧାଙ୍କ ପୁଅ ଗୋପୀ ପୁଟେଲ ତାଙ୍କ ମା’ ନିଖୋଜ ହୋଇଥିବା ନେଇ ସ୍ଥାନୀୟ ଥାନାରେ ଅଭିଯୋଗ କରିଥିଲେ । ତେବେ ଆଜି ମୃତ ବୃଦ୍ଧା ଦୁଲାରିଙ୍କ ଗଳିତ ଶବ ଉଦ୍ଧାର ହୋଇଥିବା ନେଇ ମୁରିବାହାଲ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି । କେଉଁ କାରଣରୁ କିଭଳି ସ୍ଥିତିରେ ଦୁଲାରିଙ୍କ ମୃତ୍ୟୁ ହେଲା ସେନେଇ ଅଧିକ ତଦନ୍ତ ଜାରି ରହିଛି ।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande