ପିଏମସି ଅଞ୍ଚଳରୁ ସଦରବ୍ଲକ ଉଠାଇବାକୁ ଦାବି
ପୁରୀ, ୩୧ ମାର୍ଚ୍ଚ (ହି.ସ.)- ପୁରୀ ମହାନଗର ନିଗମ (ପିଏମସି) ଘୋଷଣା ପରେ ଅଞ୍ଚଳରେ ଆନନ୍ଦ ଖେଳିଯାଇଛି । ନୂଆ କମିଶନର ଭାବେ ଆଇଏଏସ ଅରୁଗୁଳ ସ୍ନେହା ଯୋଗ ଦେଇଛନ୍ତି । ମହାନଗର ଘୋଷଣା ହେଲେ ମଧ୍ୟ ପୁରୁଣା ପୌରସଂସ୍ଥା କାର୍ଯ୍ୟାଳୟରେ ମହାନଗର କାର୍ଯ୍ୟ ଚାଲିଛି । ମହାନଗର ନୂଆ କାର୍ଯ୍ୟାଳୟ ପାଇଁ ଜା
ପିଏମସି ଅଞ୍ଚଳରୁ ସଦରବ୍ଲକ ଉଠାଇବାକୁ ଦାବି


ପୁରୀ, ୩୧ ମାର୍ଚ୍ଚ (ହି.ସ.)- ପୁରୀ ମହାନଗର ନିଗମ (ପିଏମସି) ଘୋଷଣା ପରେ ଅଞ୍ଚଳରେ ଆନନ୍ଦ ଖେଳିଯାଇଛି । ନୂଆ କମିଶନର ଭାବେ ଆଇଏଏସ ଅରୁଗୁଳ ସ୍ନେହା ଯୋଗ ଦେଇଛନ୍ତି । ମହାନଗର ଘୋଷଣା ହେଲେ ମଧ୍ୟ ପୁରୁଣା ପୌରସଂସ୍ଥା କାର୍ଯ୍ୟାଳୟରେ ମହାନଗର କାର୍ଯ୍ୟ ଚାଲିଛି । ମହାନଗର ନୂଆ କାର୍ଯ୍ୟାଳୟ ପାଇଁ ଜାଗା ଚିହ୍ନଟ ହୋଇପାରିନାହିଁ । ପୁରୀ ନଗରାଞ୍ଚଳ ପରିଧି ଭିତରେ ଗ୍ରାମାଞ୍ଚଳ ପାଇଁ ଉଦ୍ଦିଷ୍ଟ ପୁରୀ ସଦରବ୍ଲକ ରହିଅଛି । ବଡ ଏରିଆ ଭିତରେ ଥିବାରୁ ସେଠାରେ ମହାନଗର କାର୍ଯ୍ୟାଳୟ ମୁଖ୍ଯ ଅଫିସ ଖୋଲିବା ପାଇଁ ଜନତା ଦାବି କଲେଣି । ବ୍ଲକ ଚାରିପଟେ ଥିବା ବାସିନ୍ଦା ମାନଙ୍କର କୌଣସି କାର୍ଯ୍ୟରେ ଆସୁନାହିଁ । ପୁରୀ ସଦର ବ୍ଲକର ଗ୍ରାମାଞ୍ଚଳରୁ ଲୋକ ମାନେ ଖର୍ଚ୍ଚାନ୍ତ ହୋଇ ପୁରୀ ଆସୁଛନ୍ତି । ବସଷ୍ଟାଣ୍ଡ ନିକଟରେ ନଥିବାରୁ ଅଟୋ ଭଡା ୨ଶହ ଟଙ୍କାରୁ ଅଧିକ ଦେବାକୁ ପଡୁଛି ବୋଲି ସଦର ଅଞ୍ଚଳରୁ ଆସିଥିବା ଜୈନିକ ବ୍ଯକ୍ତି କହିଛନ୍ତି । ପୁରୀ ସଦର ଥାନାଟି ପ୍ରଥମେ ଏସସିଏସ କଲେଜ ପାଖରେ ଥିଲା । ୧୯୯୧ ମସିହାରେ ମୁଖ୍ୟମନ୍ତ୍ରୀ ବିଜୁ ବାବୁ କଲେଜ ବାର୍ଷିକ ଉତ୍ସବରେ ଯୋଗ ଦେଇଥିଲେ । ଏହି ସଭାରେ ସଦରଥାନାକୁ ଉଠାଇବା ପାଇଁ ଛାତ୍ରଛାତ୍ରୀ ଦାବି କରିଥିଲେ । ସେତେବେଳ ବିଜୁ ବାବୁ ମଞ୍ଚରେ କହିଥିଲେ ସାତଦିନ ଭିତରେ ଥାନାକୁ ଉଠାଇ ଦିଆଯିବ । ଠିକ ସାତଦିନ ଭିତରେ ଥାନା ମଧ୍ୟ ଉଠି ଯାଇଥିଲା । ଏବେ ଏହି ଥାନା ସଦର ଅଞ୍ଚଳରେ ରହିଛି । ସେହିପରି ସହର ଭିତରୁ ସଦରବ୍ଲକକୁ ଚନ୍ଦନପୁର ନିକଟକୁ ଘୁଞ୍ଚାଇ ଦେବା ପାଇଁ ଅଞ୍ଚଳବାସୀ କହିଲେଣି । ବିଭିନ୍ନ ଗ୍ରାମାଞ୍ଚଳ କୋର୍ଟ ଗ୍ରାମାଞ୍ଚଳରେ ଖୋଲିଲାଣି । ସଦର ବ୍ଲକଟି ଉଠିଗଲେ ସ୍ଥାନୀୟ ବାସିନ୍ଦା ଚାଲି କରି ଓ ସାଇକେଲରେ ଆସି ପାରିବେ ବୋଲି ଆଲୋଚନା ହେଉଛି ।

ହିନ୍ଦୁସ୍ଥାନ ସମାଚାର / ବିଜୟ


 rajesh pande