ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପାଟଣା ମହାରାଜା ରାଜେନ୍ଦ୍ର ନାରାୟଣ ସିଂହଦେଓ ୧୧୪ତମ ଜନ୍ମ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି
ବଲାଙ୍ଗୀର,୩୧ ମାର୍ଚ୍ଚ(ହି.ସ.) – ବଲାଙ୍ଗୀର ରାଜେନ୍ଦ୍ର ପାର୍କ ଠାରେ ଆୟୋଜିତ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପାଟଣା ମହାରାଜା ରାଜେନ୍ଦ୍ର ନାରାୟଣ ସିଂହଦେଓ ଙ୍କ ୧୧୪ ତମ ଜନ୍ମ ଜୟନ୍ତୀ ସମାରୋହ ରେ ଅତିଥିଭାବରେ ଯୋଗ ଦେଇ ଥିଲେ ଜିଲ୍ଲାପରିଷଦ ଅଧକ୍ଷା ଦେବକୀ ସାହୁ, ପୌର ପରିଷଦ ଅଧ୍ୟକ୍ଷା ଲିକା ସାହୁ,ପ
ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପାଟଣା ମହାରାଜା ରାଜେନ୍ଦ୍ରନାରାୟଣସିଂହଦଓ ୧୧୪ ତମ ଜନ୍ମ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି


ବଲାଙ୍ଗୀର,୩୧ ମାର୍ଚ୍ଚ(ହି.ସ.) – ବଲାଙ୍ଗୀର ରାଜେନ୍ଦ୍ର ପାର୍କ ଠାରେ ଆୟୋଜିତ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପାଟଣା ମହାରାଜା ରାଜେନ୍ଦ୍ର ନାରାୟଣ ସିଂହଦେଓ ଙ୍କ ୧୧୪ ତମ ଜନ୍ମ ଜୟନ୍ତୀ ସମାରୋହ ରେ ଅତିଥିଭାବରେ ଯୋଗ ଦେଇ ଥିଲେ ଜିଲ୍ଲାପରିଷଦ ଅଧକ୍ଷା ଦେବକୀ ସାହୁ, ପୌର ପରିଷଦ ଅଧ୍ୟକ୍ଷା ଲିକା ସାହୁ,ପୌର ପରିଷଦ ଉପାଧ୍ୟକ୍ଷ। ଗାୟିତ୍ରୀ ଭୋଇ, ନିର୍ବାହୀ ଅଧିକାରୀ, ପାର୍କ ପରିସରରେ ଥିବା ମହାରାଜାଙ୍କ ପୂର୍ଣ୍ଣାବୟବ ପ୍ରତିମୂର୍ତିରେ ମାଲ୍ୟାର୍ପଣ ଓ ଦୀପ ପ୍ରଜ୍ୱଳନ କରିଥିଲେ। ଅନ୍ୟମାନଙ୍କ ମଧ୍ୟ ରେ କାଉନସିଲର ନନ୍ଦିନୀ ପୋଢ଼, ଶମ୍ଭୁ ନାଗ, ମହେନ୍ଦ୍ର ବାଗ,ଶତ୍ରୁଘ୍ନ ବାଗ, ଲଲାଟେନ୍ଦୁ ପଟ୍ଟନାୟକ,ଗଙ୍ଗା ଚାନ୍ଦ, ସ୍ମୁତି କମିଟି ର ସନ୍ଦୀପ କୁମାର କୁଅଁର, ଶରତ ଚନ୍ଦ୍ର ମିଶ୍ର, ରାଜେନ୍ଦ୍ର ପାଣିଗ୍ରାହୀ, ବିଜେଡି ବରିଷ୍ଠ କର୍ମ କର୍ତା ଲକ୍ଷ୍ମଣ କୁମାର ମେହେର , ରାଜେନ୍ଦ୍ର ହୋତା, ଦୁର୍ଗା ପ୍ରସାଦ ବେହେରା, ଭଗବାନ ବଗର୍ତୀ, ଲେଙ୍କା ସାହୁ ଓ ସହର ର ବୁଦ୍ଧିଜୀବୀ ସହିତ ବହୁ ଅନୁଷ୍ଠାନ ତରଫରୁ ପତିମୂର୍ତି ଠାରେ ପୁଷ୍ପ ଦେଇ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ। ଏହା ସହିତ ପରେ ପରେ କଲେଜ ଛକ ଓ ରାଜେନ୍ଦ୍ର ବିଶ୍ୱ ବିଦ୍ୟାଳୟ ପରିସରରେ ଥିବା ପ୍ରତିମୂର୍ତି ରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା।

.......................................

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande