
କେନ୍ଦ୍ରାପଡ଼ା,୩୧ ମାର୍ଚ୍ଚ(ହି.ସ.) – ମାର୍ଶାଘାଇ ବ୍ଲକ ସଭାଗୃହରେ ସୋମବାର କେନ୍ଦ୍ରାପଡ଼ା ଜିଲ୍ଲାପାଳ ରଘୁରାମ ଆର ଆୟାର ଏବଂ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସିଦ୍ଧାର୍ଥ କକ୍ଷଟାରିଆଙ୍କ ମିଳିତ ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଥିଲା। ଏହି ଶିବିରରେ ସାମୁହିକ ଅଭିଯୋଗ ୨୧ ଏବଂ ୬୫ଟି ଅଭିଯୋଗର ଶୁଣାଣି କରିଥିଲେ। ମଙ୍ଗରାଜପୁର ପଂଚାୟତର ମାର୍କେଟ କମ୍ପେ୍ଲକ୍ସ ହସ୍ତାନ୍ତର କରିବାକୁ ଠିକାଦାରକୁ ନିର୍ଦ୍ଦେଶ ଦେବାକୁ ସରପଂଚଙ୍କ ପ୍ରତିନିଧି ଦାବୀ କରିଥିଲେ। ପାଇଲୋ- ନଛିପଡ଼ା ଗ୍ରାମ୍ୟ ଉନ୍ନୟନ ବିଭାଗ ରାସ୍ତା ମରାମତି କରିବା ପାଇଁ ଅନ୍ତେଇ ସରପଂଚ ସଞ୍ଜୟ କୁମାର ସେଠୀ ଦାବୀ କରିଥିଲେ। ଜାତୀୟ ରାଜପଥ ୫୩ର ଦୁହୁରିଆରେ ମାର୍ଶାଘାଇକୁ ଦୂରତା ଚିହ୍ନଟ ବୋର୍ଡ ଲଗାଇବା, ହଜାରୀ ଛକରୁ ସର୍ଭିସ ରୋଡ଼ ଆରମ୍ଭରେ ମାର୍ଶାଘାଇକୁ ରାସ୍ତା ଚିହ୍ନଟ ବୋର୍ଡ ଲଗାଇବା ସହିତ କେନାଲବ୍ରିଜ ଠାରେ ମହାକାଳପଡ଼ା, ଜମ୍ବୁ, ହୁକିଟୋଲା ରାସ୍ତା ଚିହ୍ନଟ ବୋର୍ଡ, ହଳଦିଆଗଡ଼ା ଠାରେ ପାଟକୁରା, ଗରଦପୁରକୁ ରାସ୍ତା ଓ ଦୂରତାବୋର୍ଡ ଲଗାଇବା ପାଇଁ ପଦକ୍ଷେପ ନେବାକୁ ବିଚିତ୍ରାନନ୍ଦ ବେହେରା ଅଭିଯୋଗ କରିଥିଲେ। ଲୁଣାନଦୀଶାଖାର ମାର୍ଶାଘାଇବଙ୍ଗଳା ପାଖରେ ଗାଧୁଆତୁଠ ଏବଂ ତୁଠ ପାଖକୁ ଗଡ଼ା ନିର୍ମାଣ ପାଇଁ କୁମ୍ଭାରସାହିର ମହିଳାମାନେ ଦାବୀ କରିଥିଲେ। ବ୍ୟକ୍ତିଗତ ଅଭିଯୋଗରେ ଆବାସ ଯୋଜନା, ରାସନକାର୍ଡ, ଭତା ଆଦି ରହିଛି। ଏହି ଶିବିରରେ ଅତିରିକ୍ତ ଜିଲ୍ଲାପାଳ ନବକ୍ରିଷ୍ଣ ଜେନା, ସିଡିଓ ଅଜାମ୍ବର ମହାନ୍ତି, ଉପଜିଲ୍ଲାପାଳ ଅରୁଣ ନାୟକ, ବିଡ଼ିଓ ପଂଚାନନ ମଲ୍ଲିକ, ତହସିଲଦାର ଶ୍ରୀକାନ୍ତ ପରିଜା, ପଂଚାୟତ ସମିତି ଅଧ୍ୟକ୍ଷା ମଧୁସ୍ମିତା ସାମଲ, ଏସଡିପିଓ ଜ୍ୟୋତି ରଞ୍ଜନ ଗୌଡା, ସହକାରୀ ଉପଜିଲ୍ଲାପାଳ ସରୋଜ ବେହେରା ମଂଚାସିନ ଥିଲେ। ସିଡିଏମଓ ଡ଼ ମନୋଜ ରାଉତ ଟାଟାପାୱାର ମ୍ୟାନେଜର ବସନ୍ତ କୁମାର ଦାସ, ଜିଲ୍ଲା ମୁଖ୍ୟ ପ୍ରାଣୀଚିକିତ୍ସାଧିକାରୀ ପ୍ରଭାଜନ କବି, ଜିଲ୍ଲା ଶିକ୍ଷକ୍ଷଧିକାରୀ ପବିତ୍ର ମୋହନ ବାରିକ, କୃଷି ବିଭାଗର ମାର୍ଶାଘାଇ ବ୍ଲକଅଧିକାରୀ ପ୍ରମୋଦିନୀ ପ୍ରଧାନ, ସିଡିପିଓ ଶୈଳବାଳା ଚାଷୀ, ଜଳ ପରିମଳ ଯନ୍ତ୍ରୀ ରାଜେନ୍ଦ୍ର ସିଂ, ଗ୍ରାମ୍ୟ ଉନ୍ନୟନ ଯନ୍ତ୍ରୀ ସାରଦା ଭୂଷଣ ରାୟ, ବ୍ଲକ ଶିକ୍ଷାଧିକାରୀ ମନୋରଞ୍ଜନ ସେଠୀ, ଏବିଇଓ ବିଆରସିସି ସୁଶାନ୍ତ କୁମାର ବେଉରା ପ୍ରମୁଖ ଉପସ୍ଥିତ ଥିଲେ।
.......................................
ହିନ୍ଦୁସ୍ଥାନ ସମାଚାର / ରବି