
ଭୁବନେଶ୍ୱର, ୩୧ ମାର୍ଚ୍ଚ (ହି.ସ.)- ରାଜ୍ୟରେ ଆଉ କିଛି ହାତ ଗଣତି ମାଓବାଦୀ ଅଛନ୍ତି । ସେମାନଙ୍କୁ ସୁରକ୍ଷାକର୍ମୀ ମାନେ ଜଙ୍ଗଲରେ ଘେରି ରହିଛନ୍ତି । ଯେପର୍ଯ୍ୟନ୍ତ ସେମାନଙ୍କୁ କାବୁ କରାଯାଇ ନାହିଁ, ସେପର୍ଯ୍ୟନ୍ତ ଅପରେସନ ଜାରି ରହିବ। ଆଜି (ମଙ୍ଗଳବାର ) ଡେଡଲାଇନ ସରୁଛି । ଆଉ ସେମାନେ ଆତ୍ମ ସମର୍ପଣ କରିପାରିବେନି । ଏବେ ସିଧା ଏନକାଉଂଟର ହେବ ବୋଲି କହିଛନ୍ତି ଆଂଟି ନକ୍ସଲ ଅପରେସନ ଏଡିଜି ସଞ୍ଜୀବ ପଣ୍ଡା।
ସେ କହିଛନ୍ତି ଯେ ୨୦୨୫ଆରମ୍ଭ ରୁ ୯ଟି ଜିଲ୍ଲା ମାଓ ପ୍ରଭାବିତ ଥିଲା । ଏବେ ୮ଟି ଜିଲ୍ଲା ସମ୍ପୂର୍ଣ୍ଣ ମାଓ ମୁକ୍ତ। କେବଳ କନ୍ଧମାଳ ଜିଲ୍ଲାରେ ଆଉ ହାତ ଗଣତି ମାଓବାଦୀ ଜଙ୍ଗଲରେ ଲୁଚି ରହିଛନ୍ତି। ଆସନ୍ତା କାଲିଠୁ ଜଙ୍ଗଲରେ ଅପରେସନକୁ ଜୋରଦାର କରାଯିବ । ସେମାନଙ୍କୁ ଆଉ ଆତ୍ମସମର୍ପଣ ପ୍ରକ୍ରିୟାରେ ସାମିଲ କରାଯିବ ନାହିଁ । ଏବେ ସିଧା ଏନକାଉଂଟର କରାଯିବ। ୨୦୨୫ରୁ ଏପର୍ଯ୍ୟନ୍ତ ୧୫୬ଜଣ ମାଓବାଦୀଙ୍କୁ ମୁକାବିଲା କରିଛୁ । ୨୭ଜଣ ଙ୍କୁ ଏନକାଉଂଟର କରାଯାଇଛି,। ୧୨୦ଜଣ ଓଡିଶା ଏବଂ ଓଡିଶା ବାହାରେ ଆତ୍ମସମର୍ପଣ କରିଛନ୍ତି, ୯ଜଣଙ୍କୁ ଆରେଷ୍ଟ କରାଯାଇଛି । ୨୨ବର୍ଷରେ ମାଓବାଦୀଙ୍କ ଗୁଳିରେ ୨୩୯ଜଣ ସହିଦ ହୋଇଛନ୍ତି, ୩୫୯ଜଣ ସାଧାରଣ ନାଗରିକ ମୃତ୍ୟୁ ବରଣ କରିଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା