ବିଜୁ ପଟ୍ଟନାୟକଙ୍କୁ ନେଇ ନୀଶିକାନ୍ତ ଦୂବେଙ୍କ ମନ୍ତବ୍ୟକୁ ନେଇ ବିଧାନସଭାରେ ବିରୋଧୀଙ୍କ ଝଡ, ପ୍ରଶ୍ନକାଳ ବାଧିତ
ଭୁବନେଶ୍ୱର, 31 ମାର୍ଚ୍ଚ (ହି.ସ.) ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କୁ ନେଇ ବିଜେପି ସାଂସଦ ନୀଶିକାନ୍ତ ଦୁବେ ଦେଇଥିବା ବକ୍ତବ୍ୟକୁ ନେଇ ଆଜି ବିଧାନସଭାରେ ଝ଼଼ଡ ସୃଷ୍ଟି ହୋଇଛି । ବିରୋଧୀ ବିଜେଡି, କଂଗ୍ରେସ ବିଧାୟକ ମାନେ ତଥା ଜେଏମଏ ବିଧାୟକ ଏହାର ପ୍ରତିବାଦ କରି ହଟ୍ଟଗୋଳ କରିଥିବା ଦେଖ
ବିଜୁ ପଟ୍ଟନାୟକଙ୍କୁ ନେଇ ନୀଶିକାନ୍ତ ଦୂବେଙ୍କ ମନ୍ତବ୍ୟକୁ ନେଇ ବିଧାନସଭାରେ ବିରୋଧୀଙ୍କ ଝଡ, ପ୍ରଶ୍ନକାଳ ବାଧିତ


ଭୁବନେଶ୍ୱର, 31 ମାର୍ଚ୍ଚ (ହି.ସ.) ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କୁ ନେଇ ବିଜେପି ସାଂସଦ ନୀଶିକାନ୍ତ ଦୁବେ ଦେଇଥିବା ବକ୍ତବ୍ୟକୁ ନେଇ ଆଜି ବିଧାନସଭାରେ ଝ଼଼ଡ ସୃଷ୍ଟି ହୋଇଛି । ବିରୋଧୀ ବିଜେଡି, କଂଗ୍ରେସ ବିଧାୟକ ମାନେ ତଥା ଜେଏମଏ ବିଧାୟକ ଏହାର ପ୍ରତିବାଦ କରି ହଟ୍ଟଗୋଳ କରିଥିବା ଦେଖା ଯାଇଥିଲା । ହଟ୍ଟଗୋଳ କାରଣରୁ ଆଜି ପ୍ରଶ୍ନକାଳ କାର୍ଯ୍ୟକ୍ରମ ବାଧିତ ହୋଇଥିଲା ।

ଆଜି ନିର୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ସକାଳ 10.30 ମିନିଟରେ ଗୃହକାର୍ଯ୍ୟ ଆରମ୍ଭ ହୋଇଥିଲା। ପ୍ରଶ୍ନକାଳ ଆରମ୍ଭ ହେବା ମାତ୍ରେ ବିରୋଧୀ ବିଧାୟକ ମାନେ ନୀଶିକାନ୍ତ ଦୂବେ ବିଜୁ ପଟ୍ଟନାୟକଙ୍କ ସମ୍ପର୍କରେ ଦେଇଥିବା ବକ୍ତବ୍ୟକୁ ନେଇ ହଟ୍ଟଗୋଳ କରିଥିଲେ । ସେମାନେ ଗୃହର ମଧ୍ୟ ଭାଗକୁ ଆସି ନାରାବାଜୀ କରିଥିବା ଦେଖିବାକୁ ମିଳିଥିଲା । ତେବେ ବାଚସ୍ପତି ସୁରମା ପାଢୀ ହଟ୍ଟଗୋଳ ମଧ୍ୟରେ ପ୍ରଶ୍ନକାଳ କାର୍ଯ୍ୟକ୍ରମ ଜାରୀ ରଖିବାକୁ ଚେଷ୍ଟା କରିଥିଲେ ଓ ବିରୋଧୀ ବିଧାୟକଙ୍କୁ ଗୃହ କାର୍ଯ୍ୟରେ ସହଯୋଗ କରିବାକୁ ଅନୁରୋଧ କରିଥିଲେ । ହେଲେ ବିରୋଧୀ ମାନଙ୍କ ଉପରେ ତାଙ୍କର ଅନୁରୋଧର କୌଣସି ପ୍ରଭାବ ପଡି ନ ଥିଲା । ଏହି କାରଣରୁ ବାଚସ୍ପତି ଗୃହକୁ 11.30 ଯାଏ ମୁଲତବୀ ରହିଲା ବୋଲି ଘୋଷଣା କରିଥିଲେ ।

---------------

ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ


 rajesh pande