
ଭୁବନେଶ୍ୱର, ୩୧ ମାର୍ଚ୍ଚ (ହି.ସ.)- ରାଜ୍ୟସ୍ତରୀୟ ଓଡ଼ିଶା ଦିବସ ଉପଲକ୍ଷେ ଆସନ୍ତା କାଲି (ବୁଧବାର) ପୂର୍ବାହ୍ନରେ ସୁଆଣ୍ଡୋ ଠାରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁଙ୍କ ପ୍ରତିମୂର୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିବେ। ଏହାପରେ ସନ୍ଧ୍ୟାରେ ଓୟୁଏଟି କ୍ୟାମ୍ପସ୍ ରେ ଏକ ସାଧାରଣ ସଭା ଅନୁଷ୍ଠିତ ହେବ। ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ସମେତ ବହୁ ବିଶିଷ୍ଟ ଅତିଥିଗଣ ଯୋଗଦାନ କରିବାର କାର୍ଯ୍ୟକ୍ରମ ରହିଛି।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା