


ବଲାଙ୍ଗିର, ୩୧ ମାର୍ଚ୍ଚ (ହି.ସ.)- ଆଜି ସରକାରୀ ମହିଳା ମହାବିଦ୍ୟାଳୟରେ ସ୍ନାତକୋତ୍ତର ସଂସ୍କୃତ ବିଭାଗ ତଥା ସଂସ୍କୃତ ଭାରତୀ, ଉତ୍କଳର ମିଳିତ ଆନୁକୂଲ୍ୟରେ 'ସରଳ ମାନକ ସଂସ୍କୃତ’ ଶୀର୍ଷକ ଏକ ଜାତୀୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି I ଉକ୍ତ କାର୍ଯ୍ୟକ୍ରମଟି ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃ ଅରବିନ୍ଦ କୁମାର ଓଝାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିବାବେଳେ ଅଧ୍ୟକ୍ଷ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ I ଏହି ଅବସରରେ ଭାରତୀୟ ଭାଷା ସମିତିର ଅଧ୍ୟକ୍ଷ ପଦ୍ମଶ୍ରୀ ଚମୂକୃଷ୍ଣ ଶାସ୍ତ୍ରୀ ମୁଖ୍ୟ ଅତିଥି ଭାବରେ ଅନ୍ ଲାଇନ ଯୋଗଦେଇ ସରଳ ମାନକ ସଂସ୍କୃତର ଆବଶ୍ୟକତା ତଥା ମହତ୍ତ୍ୱ ପ୍ରତିପାଦନ କରିଥିଲେ । ବିଭାଗୀୟ ମୁଖ୍ୟ ଡଃ ସଦାଶିବ ମଲ୍ଲିକ ଅତିଥି ପରିଚୟ ପ୍ରଦାନ କରିଥିଲେ I ଅଜିତ କୁମାର ପଣ୍ଡା ଉକ୍ତ କାର୍ଯ୍ୟଶାଳାର ଉଦ୍ଦେଶ୍ୟ ଉପସ୍ଥାପନ କରିଥିଲେ । ମଞ୍ଚ ସଞ୍ଚାଳନ ଅଧ୍ୟାପକ ଡଃ ସମୀର ବିଶ୍ବାଳ, ରଞ୍ଜିତ କୁମାର ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ I ଉକ୍ତ କାର୍ଯ୍ୟଶାଳାରେ କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟର ସଦାଶିବ ପରିସର, ପୁରୀର ଶିକ୍ଷାଶାସ୍ତ୍ର ବିଭାଗର ସହାୟକ ଅଧ୍ୟାପକ ରମାକାନ୍ତ ସା ଏବଂ ସଂସ୍କୃତ ଭାରତୀ, ପଶ୍ଚିମୋତ୍କଳର ପ୍ରାନ୍ତ ସହସମ୍ପାଦକ ଡଃ. ମାନସ ରଞ୍ଜନ ସାହୁ ବିଷୟ ବିଶେଷଜ୍ଞ ଭାବରେ ଯୋଗ ଦେଇଥିଲେ। ୪ଟି ସତ୍ରରେ ସରଳ ସଂସ୍କୃତ, ମାନକ ସଂସ୍କୃତ, ଭାଷା ଶିକ୍ଷଣର ୪ଟି କୌଶଳ, କୌଶଳ ଆଧାରିତ କ୍ରିୟାକଳାପ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯଶାଳାରେ ରାଜେନ୍ଦ୍ର ବିଶ୍ଵବିଦ୍ୟାଳୟ ବଲାଙ୍ଗିର, ଡୁଙ୍ଗୁରିପାଲି ସ୍ନାତକ ମହାବିଦ୍ୟାଳୟ, ଡୁଙ୍ଗୁରିପାଲି, ବିଦ୍ୟାଭୂଷଣ ସଂସ୍କୃତ ମହାବିଦ୍ୟାଳୟ, ବଲାଙ୍ଗିର, ପଞ୍ଚାୟତ ମହାବିଦ୍ୟାଳୟ, ବୌଦ୍ଧ ବଲାଙ୍ଗିରର ପ୍ରାୟ ୨୦୦ ସଂଖ୍ୟକ ଛାତ୍ରଛାତ୍ରୀ, ଅଧ୍ୟାପକ ଅଧ୍ୟାପିକା ପ୍ରମୁଖ ଯୋଗ ଦେଇଥିଲେ I ଶେଷରେ ସରସ୍ୱତୀ ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ I
ଅଧ୍ୟାପକ ଆଦର୍ଶ କୁମାର ମହାପାତ୍ର, ଦିନେଶ ସିଂହ, ଦେବଦତ୍ତ ପାଣିଗ୍ରାହୀ, ସୁଚୀତା ଦୋରା, ପ୍ରଭଞ୍ଜନ ମିଶ୍ର, ଉର୍ମିଲା ମଟାରି ପ୍ରମୁଖ ସହଯୋଗ କରିଥିଲେ I
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ