ଉଲ୍ଲାସ ସ୍ୱେଚ୍ଛାସେବୀ ତାଲିମ କାର୍ଯ୍ୟକ୍ରମରେ ଯୋଗଦେଲେ ଗଣଶିକ୍ଷା ମନ୍ତ୍ରୀ
ଭୁବନେଶ୍ୱର, ୩୧ ମାର୍ଚ୍ଚ (ହି.ସ.)- ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ମଙ୍ଗଳବାର ଭୁବନେଶ୍ୱରରେ ଆୟୋଜିତ ଉଲ୍ଲାସ ''ର ସ୍ୱେଚ୍ଛାସେବୀ ତାଲିମ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଏକ୍ସରେ ସୂଚନା ଦେଇ ଗଣଶିକ୍ଷା ମନ୍ତ୍ରୀ ଲେଖିଛନ୍ତି ଆଜି ଭୁବନେଶ୍ୱରରେ ଆୟୋଜିତ ରାଜ୍ୟସ୍ତରୀୟ ନବ ଭାରତ ସା
hdfrtu


ଭୁବନେଶ୍ୱର, ୩୧ ମାର୍ଚ୍ଚ (ହି.ସ.)- ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ମଙ୍ଗଳବାର ଭୁବନେଶ୍ୱରରେ ଆୟୋଜିତ ଉଲ୍ଲାସ 'ର ସ୍ୱେଚ୍ଛାସେବୀ ତାଲିମ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।

ଏକ୍ସରେ ସୂଚନା ଦେଇ ଗଣଶିକ୍ଷା ମନ୍ତ୍ରୀ ଲେଖିଛନ୍ତି ଆଜି ଭୁବନେଶ୍ୱରରେ ଆୟୋଜିତ ରାଜ୍ୟସ୍ତରୀୟ ନବ ଭାରତ ସାକ୍ଷରତା କାର୍ଯ୍ୟକ୍ରମ 'ଉଲ୍ଲାସ 'ର ସ୍ୱେଚ୍ଛାସେବୀ ତାଲିମ କାର୍ଯ୍ୟକ୍ରମରେ ଯୋଗଦେଲି। ଏହି ଅବସରରେ ଉଲ୍ଲାସ କାର୍ଯ୍ୟକ୍ରମର ଲକ୍ଷ୍ୟ, ଉଦ୍ଦେଶ୍ୟ, ପ୍ରଭାବ ଏବଂ କାର୍ଯ୍ୟାନ୍ୱୟନ ଆଦି ବିଭିନ୍ନ ଦିଗରେ ବିଶେଷ ଆଲୋଚନା ହୋଇଛି।

ଜାତୀୟ ଶିକ୍ଷା ନୀତି ୨୦୨୦ ସହ ସମନ୍ୱିତ ଭାବେ ଭାରତ ସରକାର ୨୦୨୨ ରୁ ୨୦୨୭ ବର୍ଷ ପାଇଁ ଆରମ୍ଭ କରିଛନ୍ତି ଏକ ଦୂରଦର୍ଶୀ, ଶ୍ରେଷ୍ଠ ଓ ମାନବ କେନ୍ଦ୍ରିତ ଯୋଜନା 'ଉଲ୍ଲାସ '। ୧୫ ବର୍ଷରୁ ଉର୍ଦ୍ଧ୍ୱ ବୟସର ନାଗରିକ ମାନେ ଯେଉଁମାନେ ବିଦ୍ୟାଳୟ ଶିକ୍ଷାରୁ ବଂଚିତ ହୋଇ ରହିଛନ୍ତି ସେମାନଙ୍କୁ ପୁଣିଥରେ ଶିକ୍ଷା ସ୍ରୋତରେ ସାମିଲ କରାଇବା। ଶିକ୍ଷା ମାଧ୍ୟମରେ ସେମାନଙ୍କୁ ସଜ୍ଜନ ଓ ସଚେତନ ନାଗରିକ ଭାବରେ ଗଢି ତୋଳିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ। ଉତମ ଶିକ୍ଷା ପ୍ରାପ୍ତ କରି ସେମାନେ ନିଜର ଦାୟିତ୍ୱ ସହିତ ବିକଶିତ ଓଡ଼ିଶା ଓ ରାଷ୍ଟ୍ର ଗଠନରେ ଆଗରେ ରହିବେ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande