ଭିଜିଲାନ୍ସ ଟ୍ରାପ୍ ରେସମ୍ବଲପୁର ଡିଭିଜନ, ଓପିଏଚଡବ୍ଲୁସି ଡେପୁଟି ମ୍ୟାନେଜର
ସମ୍ବଲପୁର ଡିଭିଜନ, ଓପିଏଚଡବ୍ଲୁସି ର ଡେପୁଟି ମ୍ୟାନେଜର
ସମ୍ବଲପୁର ଡିଭିଜନ, ଓପିଏଚଡବ୍ଲୁସି ର ଡେପୁଟି ମ୍ୟାନେଜର


ସମ୍ବଲପୁର ଡିଭିଜନ, ଓପିଏଚଡବ୍ଲୁସି ର ଡେପୁଟି ମ୍ୟାନେଜର


ସମ୍ବଲପୁର,୩୧, ମାର୍ଚ୍ଚ (ହି.ସ.) -ଓଡିଶା ଭିଜିଲାନ୍ସ ଦ୍ୱାରା ସମ୍ବଲପୁର ଡିଭିଜନ, ଓପିଏଚଡବ୍ଲୁସି ର ଡେପୁଟି ମ୍ୟାନେଜର ବିଦ୍ୟୁତ ରଞ୍ଜନ ଭୋଳଙ୍କ ଠାରୁ ୫.୧୮ ଲକ୍ଷରୁ ଊର୍ଦ୍ଧ୍ୱ ଅବୈଧ ନଗଦ ଟଙ୍କା ସହିତ ଧରା ପଡ଼ିଛନ୍ତି। ତାଙ୍କ ନିକଟରୁ ମୋଟ ୪୫,୪୧,୬୦୦ ଟଙ୍କା ଜବତ ହୋଇଛି । ଶ୍ରୀ ଭୋଳଙ୍କ ଦ୍ୱାରା ବିଭିନ୍ନ ସ୍ତ୍ରୋତରୁ ବ୍ୟାପକ ଉତ୍କୋଚ ଟଙ୍କା ସଂଗ୍ରହ ହେଉଥିବା ଖବର ପାଇଁ ଭିଜିଲାନ୍ସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଥିଲା। ସମ୍ବଲପୁର ଭିଜିଲାନ୍ସ ବିଶେଷ ନ୍ୟାୟାଧୀଶଙ୍କ ଜାରି କରାଯାଇଥିବା ସର୍ଚ୍ଚ ୱାରେଣ୍ଟ ଆଧାରରେ ଆଜି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା।

ସମ୍ବଲପୁର ରେଳବେ ଷ୍ଟେସନ ନିକଟରେ ଭିଜିଲାନ୍ସ ଟିମ୍ ଶ୍ରୀ ଭୋଳଙ୍କୁ ଅଟକ କରି ତାଙ୍କ ନିକଟରୁ ୫,୧୮,୯୦୦ ଟଙ୍କା ସନ୍ଦେହଜନକ ଅବୈଧ ନଗଦ ଜବତ କରିଥିଲା, ଯାହା ପାଇଁ ସେ ସଠିକ୍ ହିସାବ ଦେଇପାରିନଥିଲେ।

ଏହା ପରେ ସମ୍ବଲପୁର, ଭୁବନେଶ୍ୱର ଓ ଗଞ୍ଜାମ ଜିଲ୍ଲାର ଭଞ୍ଜନଗରରେ ଏକା ସମୟରେ ଚଢ଼ାଉ କରାଯାଇଥିଲା। ଚଢ଼ାଉ ସମୟରେ ଭୁବନେଶ୍ୱରର ରସୁଳଗଡ଼ ପୋଲିସ ହାଉସିଂ କଲୋନୀରେ ଥିବା ତାଙ୍କ ଫ୍ଲାଟରୁ ୫,୪୧,୭୦୦ ଟଙ୍କା ଓ ଚନ୍ଦ୍ରଶେଖରପୁରରେ ଥିବା ତାଙ୍କ ଭଉଣୀଙ୍କ ଘରରୁ ୩୪,୮୧,୦୦୦ ଟଙ୍କା ଜବତ କରାଯାଇଛି। ଏହା ସହିତ ମୋଟ ଜବତ ରାଶି ୪୫,୪୧,୬୦୦ ଟଙ୍କାକୁ ପହଞ୍ଚିଛି। ଭିଜିଲାନ୍ସ ପକ୍ଷରୁ ଚଢ଼ାଉ ଓ ତଦନ୍ତ କାର୍ଯ୍ୟାନୁଷ୍ଠାନ ଜାରି ରହିଛି।

---------------

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande