
ଭୁବନେଶ୍ୱର, 31 ମାର୍ଚ୍ଚ (ହି.ସ.)- ଜଙ୍ଗଲ ନିଆଁ ଲିଭାଇବା ପାଇଁ ଏଆଇ ଟେକନୋଲୋଜର
ବ୍ୟବହାର କରୁଛନ୍ତି ସରକାର । ରାଜ୍ୟର ସଂବେଦନଶୀଳ ଜଙ୍ଗଲ ଅଞ୍ଚଳଗୁଡିକରେ ନିଆଁର ପୂର୍ବାନୁମାନ, ନିରୀକ୍ଷଣ ଓ ପ୍ରତିରୋଧ ପାଇଁ
ସରକାର କୃତ୍ରିମ ବୁଦ୍ଧିମତ୍ତା ଆଧାରିତ ପ୍ରଯୁକ୍ତିବିଦ୍ୟା ଆପଣାଇଛନ୍ତି ସରକାର ।
ମୟୁରଭଞ୍ଜ ଜିଲ୍ଲାର ଶିମିଳିପାଳ ଉତ୍ତର ଓ ଦକ୍ଷିଣ
ବନ୍ୟପ୍ରାଣୀ ବନଖଣ୍ଡ,
ବରଗଡ ଜିଲ୍ଲାର ହୀରାକୁଦ ବନ୍ୟପ୍ରାଣୀ ବନଖଣ୍ଡ, ଅନୁଗୁଳ ଜିଲ୍ଲାର ଅନୁଗୁଳ ବନଖଣ୍ଡ, ସୁନ୍ଦରଗଡ଼ ଜିଲ୍ଲାର ରାଉରକେଲା
ଏବଂ ବଣାଇ ବନଖଣ୍ଡରେ ଏହି ଏଆଇଆଧାରିତ ଅତ୍ୟାଧୁନିକ ମନିଟରିଂ ବ୍ୟବସ୍ଥା କରାଯାଇଛି । ଏହି
ପ୍ରଯୁକ୍ତିର ରୂପାୟନ ପାଇଁ ମୋଟ୍ 10.7598 କୋଟି ଟଙ୍କା ଅର୍ଥ ଖର୍ଚ୍ଚ ହୋଇଛି । ଏହା ସହ ତଥ୍ୟ କହୁଛି 2024 ରେ 4 ହଜାର 67 ଏବଂ 2025 ରେ 4 ହଜାର 609 ହେକ୍ଟର ଜଙ୍ଗଲ ପ୍ରଭାବିତ ହୋଇଛି
। ଏନେଇ ଗୃହରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଲିଖିତ ଉତ୍ତର ରଖିଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା