
ଭୁବନେଶ୍ୱର, 31 ମାର୍ଚ୍ଚ (ହି.ସ.)- ଭାରତର ବରପୁତ୍ର, ମହାନ ସ୍ୱାଧୀନତା ସଂଗ୍ରାମୀ ବିଜୁ
ବାବୁଙ୍କୁ ବିଜେପି ସାଂସଦ ଦେଇଥିବା ଅପମାନ ଓଡ଼ିଶା ପ୍ରତି ଅପମାନ । ସାଢେ 4 କୋଟିଙ୍କୁ ଅପମାନ ବୋଲି
କହିଛନ୍ତି ବିଜେଡି ବିଧାୟକ ଗୌତମ ବୁଦ୍ଧ ଦାସ । ଏହାକୁ ନେଇ ସାରା ଓଡ଼ିଶା ମର୍ମାହତ । ସାଂସଦ
ଇତିହାସକୁ ବିକୃତ କରିବାକୁ ଚାହିଁଛନ୍ତି । ବିଜେପି ସ୍ୱାଧୀନତା ସଂଗ୍ରାମୀ ନୁହନ୍ତି । ସେମାନେ
ଇଂରେଜ ସହ ହାତ ମିଶାଇଥିଲେ । ଓଡ଼ିଶା ବିଜେପି ବି ବିଜୁ ବାବୁଙ୍କୁ ଅପମାନ କରିଛନ୍ତି । ତାଙ୍କ
ଜନ୍ମଦିନରେ ପଂଚାୟତିରାଜ ଦିବସ ପାଳନ ବନ୍ଦ ହେଲା । ବିଜୁ କ୍ରୀଡା ପୁରସ୍କାରର ନାମ ବଦଳାଇବାକୁ
ଅପଚେଷ୍ଟା ହୋଇଥିଲା । ବିଜେଡି ନିନ୍ଦା ପ୍ରସ୍ତାବ ଆଣିଛି । ଏହାକୁ ଗ୍ରହଣ ନ କରାଗଲେ, ବିଜେଡିର ପ୍ରତିବାଦ ଜାରି ରହିବ
ବୋଲି ସେ କହିଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା