
ଭୁବନେଶ୍ୱର, ୩୧ ମାର୍ଚ୍ଚ (ହି.ସ.)- ଆସନ୍ତାକାଲି ଠାରୁ ଦେଶରେ ଜନଗଣନା ଆରମ୍ଭ ହେବ। ପ୍ରଥମ ପର୍ଯ୍ୟୟରେ ସେଲ୍ଫ ଏନୁମରେସନ୍ ବା ସ୍ୱ ଗଣନା ହେବ। ଏହା ହେବ ଦେଶର ପ୍ରଥମ ଥର ପାଇଁ ଡିଜିଟାଲ ଜନଗଣନା। ରାଜ୍ୟପାଳଙ୍କ ପାଖରୁ ଏହି ଜନଗଣନା ଆରମ୍ଭ ହେବ ବୋଲି ଜନଗଣନା ନିର୍ଦ୍ଦେଶକ ନିଖିଲ ପୱନ କଲ୍ୟାଣ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ଜନଗଣନା ଆରଟିଆଇ ପରିସରଭୁକ୍ତ ହେବନି,। ବ୍ୟକ୍ତିଗତ ତଥ୍ୟ କାହାରିକୁ ଜଣାଯିବନି। ପ୍ରଥମ ପର୍ଯ୍ୟାୟରେ ସ୍ୱ ଗଣନା ୧୫ ଦିନ ଧରି ଚାଲିବ। ଜଣେ ଚାହିଁଲେ ସେଥିରେ ଥିବା ୩୩ ପ୍ରଶ୍ନ ଜରିଆରେ ଉତର ରଖିପାରିବେ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା