ପଶ୍ଚିମବଙ୍ଗ ନିର୍ବାଚନ ପୂର୍ବରୁ ବିଜେପିରେ ସାମିଲ ହେଲେ ପୂର୍ବତନ ଟେନିସ ଷ୍ଟାର ଲିଆଣ୍ଡର ପେସ
ନୂଆଦିଲ୍ଲୀ, 31 ମାର୍ଚ୍ଚ (ହି.ସ.)। ଭାରତର ପୂର୍ବତନ ଟେନିସ୍ ତାରକା ଲିଆଣ୍ଡର ପେସ୍ ମଙ୍ଗଳବାର ଭାରତୀୟ ଜନତା ପାର୍ଟି (ବିଜେପି)ରେ ଯୋଗ ଦେଇଛନ୍ତି। ବିଜେପି ମୁଖ୍ୟାଳୟରେ କେନ୍ଦ୍ରୀୟ ରାଜ୍ୟମନ୍ତ୍ରୀ ସୁକାନ୍ତ ମଜୁମଦାର, କେନ୍ଦ୍ରୀୟ ମନ୍ତ୍ରୀ କିରେନ୍ ରିଜିଜୁ ଓ ସାଂସଦ
ଲିଏଣ୍ଡର


ନୂଆଦିଲ୍ଲୀ, 31 ମାର୍ଚ୍ଚ (ହି.ସ.)। ଭାରତର ପୂର୍ବତନ ଟେନିସ୍ ତାରକା ଲିଆଣ୍ଡର

ପେସ୍ ମଙ୍ଗଳବାର ଭାରତୀୟ ଜନତା ପାର୍ଟି (ବିଜେପି)ରେ ଯୋଗ ଦେଇଛନ୍ତି। ବିଜେପି ମୁଖ୍ୟାଳୟରେ କେନ୍ଦ୍ରୀୟ

ରାଜ୍ୟମନ୍ତ୍ରୀ ସୁକାନ୍ତ ମଜୁମଦାର, କେନ୍ଦ୍ରୀୟ ମନ୍ତ୍ରୀ କିରେନ୍

ରିଜିଜୁ ଓ ସାଂସଦ ଅନିଲ ବଲୁନୀଙ୍କ ଉପସ୍ଥିତିରେ ଲିଏଣ୍ଡର ପେସ୍ ବିଜେପିର ସଦସ୍ୟତା ଗ୍ରହଣ

କରିଥିଲେ। ପଶ୍ଚିମବଙ୍ଗ ନିର୍ବାଚନ ପୂର୍ବରୁ ବିଜେପି ଲିଏଣ୍ଡର ପେସଙ୍କୁ ପାର୍ଟିରେ ନେଇ ତୃଣମୂଳ

କଂଗ୍ରେସକୁ ବଡ଼ ଝଟକା ଦେଇଛି।

ଏହି ଅବସରରେ କେନ୍ଦ୍ରୀୟ

ମନ୍ତ୍ରୀ କିରେନ୍ ରିଜିଜୁ ଲିଏଣ୍ଡର ପେସଙ୍କୁ ସ୍ୱାଗତ କରି ଏହାକୁ ଐତିହାସିକ ମୁହୂର୍ତ୍ତ ବୋଲି

କହିଥିଲେ। ସେ କହିଥିଲେ ଯେ ବର୍ତ୍ତମାନ ଏକ ଆନ୍ତର୍ଜାତୀୟ ଟେନିସ୍ ଖେଳାଳି ବିଜେପିର ମଞ୍ଚରୁ

ଦେଶସେବା କରିବେ। ରିଜିଜୁ କହିଥିଲେ ଯେ ଦେଶବ୍ୟାପୀ ଭାବେ ଲିଏଣ୍ଡର ପେସଙ୍କ ନାମ ପରିଚୟର

ଆବଶ୍ୟକତା ନାହିଁ। ସେ କହିଥିଲେ ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଗତ 12

ବର୍ଷରେ କ୍ରୀଡ଼ା ଓ ଖେଳାଳିମାନଙ୍କ ପାଇଁ କରାଯାଇଥିବା କାମରୁ ପ୍ରେରିତ ହୋଇ ପେସ୍ ବିଜେପିରେ

ଯୋଗ ଦେଇଛନ୍ତି। ସେ ଆହୁରି କହିଥିଲେ ଯେ ଲିଏଣ୍ଡର ପେସ୍ ପରି ଏକ ଦିଗ୍ଗଜ ଖେଳାଳିଙ୍କର

ପାର୍ଟିରେ ଯୋଗଦାନ କେବଳ କ୍ରୀଡ଼ା ଜଗତ ପାଇଁ ନୁହେଁ, ରାଜନୀତି

ପାଇଁ ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ମୁହୂର୍ତ୍ତ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande