ସମସ୍ତ ଚାଷୀଙ୍କ ଠାରୁ ଧାନ ସରକାର ନକିଣିଲେ ଆନ୍ଦୋଳନ କରିବ:କଂଗ୍ରେସ
ଭୁବନେଶ୍ୱର, ୩୧ ମାର୍ଚ୍ଚ (ହି.ସ.)- ସରକାର ଯେଉଁ ଧାନ ସଂଗ୍ରହ କରିବା ପାଇଁ ଲକ୍ଷ୍ୟ ରଖିଥିଲେ ତାହା ପୂରଣ ହୋଇ ନାହିଁ। ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର କହିଛନ୍ତି ଯେ, ୮୦ ଲକ୍ଷ ମେଟ୍ରିକ୍ ଟନ୍ ଧାନ ସଂଗ୍ରହ ଲକ୍ଷ୍ୟ ଥିଲା କିନ୍ତୁ କିଛି କିଛି ସ୍ଥାନରେ ଦୁଇ ଦିନ ଘୁଂଚା ଯାଇଛି । ମାର୍ଚ୍ଚ ୩୧ ସୁଦ୍ଧା
dyik


ଭୁବନେଶ୍ୱର, ୩୧ ମାର୍ଚ୍ଚ (ହି.ସ.)- ସରକାର ଯେଉଁ ଧାନ ସଂଗ୍ରହ କରିବା ପାଇଁ ଲକ୍ଷ୍ୟ ରଖିଥିଲେ ତାହା ପୂରଣ ହୋଇ ନାହିଁ। ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର କହିଛନ୍ତି ଯେ, ୮୦ ଲକ୍ଷ ମେଟ୍ରିକ୍ ଟନ୍ ଧାନ ସଂଗ୍ରହ ଲକ୍ଷ୍ୟ ଥିଲା କିନ୍ତୁ କିଛି କିଛି ସ୍ଥାନରେ ଦୁଇ ଦିନ ଘୁଂଚା ଯାଇଛି । ମାର୍ଚ୍ଚ ୩୧ ସୁଦ୍ଧା ସବୁ ଧାନ ସଂଗ୍ରହ ସରିବା କଥା କହିଥିଲେ ରାଜ୍ୟ ସରକାର। କିନ୍ତୁ ବର୍ତମାନ ସୁଦ୍ଧା ମଧ୍ୟ ଅନେକ ଚାଷୀଙ୍କ ଠାରୁ ଧାନ ଉଠୁନି ବୋଲି କହିଛନ୍ତି କିଷାନ୍ କଂଗ୍ରେସ ସଭାପତି ଅଭୟ ସାହୁ।

ପ୍ରଥମ ପର୍ଯ୍ୟାୟରେ ମିଳିଥିବା ଟୋକନର ଶତ ପ୍ରତିଶତ ଧାନ ଚାଷୀଙ୍କ ଠାରୁ କିଣାଗଲା, ଯାହାର ସଂଖ୍ୟା ଗୋଟିଏ ସେବା ସମବାୟ ସମିତି ଅଧୀନରେ ପଞ୍ଜିକୃତ ସମଗ୍ର ଚାଷୀଙ୍କ ସଂଖ୍ୟାର ୧୦%, ପରେ ୩୦% ଫପ୍ରତିଶତ ଚାଷୀଙ୍କ ଠାରୁ ୮୦% ପ୍ରତିଶତ ଧାନ କିଣାଗଲା କ୍ଷ ଏବେ ୬୦% ଚାଷୀଙ୍କ ଠାରୁ ସେମାନଂକୁ ମିଳିଥିବା ଟାର୍ଗେଟର ୫୦% ଧାନ କିଣାଯାଉଛି । ତଥାପି ୧ ଲକ୍ଷ ୧୩ ହଜାର ଚାଷୀ ଧାନ ବିକ୍ରୀକରି ନ ପାରିବାର ଆଶଙ୍କା ଭିତରେ ରହିଛନ୍ତି । ଚାଷୀଙ୍କ ଏହି ଅସହାୟତର ସୁଯୋଗ ନେଇ ମିଲର ମାନେ ଯୋଗାଣ ବିଭାଗର ଅଧିକାରୀ, ସେବା ସମବାୟ ସମିତିର ସମ୍ପାଦକ ଓ ରାଜନେତା ମାନଙ୍କୁ ହାତ ବାରିଶି କରି ୮୦:୨୦ ର ଫନ୍ଦି କରିଛନ୍ତି । ଏହି ଫନ୍ଦି ଅନୁସାରେ ଚାଷୀଙ୍କୁ କୁହାଯାଉଛି ଯେ ତୁମ ସମସ୍ତଙ୍କ ଧାନ ନିଆଯିବ । କିନ୍ତୁ ୮୦:୨୦ ଫର୍ମୁଲାରେ କ୍ଷ ଅର୍ଥାତ ଚାଷୀ ଯେଉଁ ଧାନ ଦେବ ସେଥିରେ ଆଉ ୨୦% ଅଧିକ ଯୋଡି ତାଙ୍କ ଖାତା କୁ ଟଙ୍କା ଯିବ କ୍ଷ ଚାଷୀ ସେ ଦେଇଥିବା ୮୦%ଧାନର ଟଙ୍କା ରଖି ଆଉ ୨୦% ଧାନର ମୂଲ୍ୟକୁ ମିଲରକୁ ଫେରାଇବେ । ଏହି ଆଧାରରେ ଜଳେଶ୍ୱରର ଗୋଟିଏ ସେବା ସମବାୟ ସମିତିରେ ପାଖାପାଖି ୪୬ ଲକ୍ଷ ୫୦ ହଜାର ଟଙ୍କାର ଘୋଟଲା ହୋଇଛି ବୋଲି କଂଗ୍ରେସ ଅଭିଯୋଗ ଆଣିଛି । ରାଜ୍ୟରେ ଥିବା ୪୨୭୭ ଟି ସେବା ସମବାୟ ସମିତି ମଧ୍ୟରୁ ଅଧିକାଂଶ ସେବା ସମବାୟ ସମିତି ଗୁଡିକରେ ଏହି ଭଳି ଅଭିନ୍ୱ ଢଙ୍ଗରେ ହଜାର ହଜାର କୋଟି ଟଙ୍କାର ଘୋଟଲା ଚାଲିଛି ବୋଲି କଂଗ୍ରେସ ଅଭିଯୋଗ ଆଣିଛି ।

ସେହି ପରି କଟଣୀ ଛଟଣୀ ସମସ୍ୟା ବିଜେପି ସରକାର ସମୟରେ ଅଧିକ ଉତ୍କଟ ହୋଉଛି । ମିଲର ମାନେ ମନଇଛା ଚାଷୀଙ୍କ ଠାରୁ ଧାନ କାଟୁଛନ୍ତି । କୁଇଣ୍ଟାଲ ପିଛା ୧୦ /୧୧ କେଜି କାଟିବାର ନଜିର ଦେଖିବାକୁ ମିଳୁଛି କ୍ଷ ମନ୍ତ୍ରୀଙ୍କ ବିବୃତି ଅନୁସାରେ ଯଦି ବର୍ତମାନ ସୁଦ୍ଧା ୭୬ ଲକ୍ଷ ୮୪ ହଜାର ମେଟ୍ରିକ ଟନ ଧାନ କିଣା ଯାଇଛି କ୍ଷ ଯଦି କୁଇଣ୍ଟାଲ ପିଛା ହାରାହାରି ୮ କେଜି ଲେଖାଏଁ ଧାନ କଟାଯାଇଥିବ ତେବେ ୬ ଲକ୍ଷ ମେଟ୍ରିକ ଟନ ଧାନ ଅଧିକ ଚାଷୀଙ୍କ ଠାରୁ ନିଆଯାଇଛି ଯାହାର ମୂଲ୍ୟ ୧୫୦୦ କୋଟିରୁ ଅଧିକ ହେବ ।

ଧାନ କିଣାରେ ଏହି ମହା ଦୁର୍ନୀତି ମିଲର ଦ୍ୱାରା ଏବଂ ଯୋଗାଣ ବିଭାଗର ମନ୍ତ୍ରୀଙ୍କ ଗୋଚରରେ ହେଉଛି ଏବଂ ସେଥିରେ ମନ୍ତ୍ରୀ, ଅଫିସର ଓ ଶାସକ ଦଳର ନେତାଙ୍କ ସମ୍ପୃକ୍ତି ଓ ଭାଗ ରହିଛି ବୋଲି କଂଗ୍ରେସ ଅଭିଯୋଗ କରିଛି ।ଏହି ମହା ଘୋଟଲା ବିରୁଦ୍ଧରେ ତଥା ଓଡ଼ିଶାର ସବୁ ଚାଷୀଙ୍କ ଠାରୁ ଧାନ କିଣିବା ଦାବି ନେଇ କଂଗ୍ରେସ ଏପ୍ରିଲ ମାସରେ ଆନ୍ଦୋଳନ କରିବ ବୋଲି ଶ୍ରୀ ସାହୁ ଘୋଷଣା କରିଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande