2024-25 ବର୍ଷରେ 515 ଟି ଅବୈଧ ଗଛ କଟା ମାମଲା ରୁଜୁ
ଭୁବନେଶ୍ୱର, 31 ମାର୍ଚ୍ଚ (ହି.ସ.)- ମାତିଛନ୍ତି କାଠ ମାଫିଆ । 2024-25 ବର୍ଷରେ 515 ଟି ଅବୈଧ ଗଛ କଟା ମାମଲା ରୁଜୁ ହୋଇଛି ।ଗଛ କାଟି ପରିବେଶକୁ ନଷ୍ଟ କରୁଥିବା 258 ଜଣ ଗିରଫ ହୋଇଛନ୍ତି । ସେହିପରି 2025-26ରେ 428 ଗୋଟି ମାମଲା ରୁଜୁ କରାଯାଇଛି । ଯେଉଁଥିରେ 208 ଜଣ ଗଛକାଠ ମ
2024-25 ବର୍ଷରେ 515 ଟି ଅବୈଧ ଗଛ କଟା ମାମଲା ରୁଜୁ


ଭୁବନେଶ୍ୱର, 31 ମାର୍ଚ୍ଚ (ହି.ସ.)- ମାତିଛନ୍ତି କାଠ ମାଫିଆ । 2024-25 ବର୍ଷରେ 515 ଟି ଅବୈଧ ଗଛ କଟା ମାମଲା ରୁଜୁ

ହୋଇଛି ।ଗଛ କାଟି ପରିବେଶକୁ ନଷ୍ଟ କରୁଥିବା 258 ଜଣ ଗିରଫ ହୋଇଛନ୍ତି । ସେହିପରି 2025-26ରେ 428 ଗୋଟି ମାମଲା ରୁଜୁ କରାଯାଇଛି ।

ଯେଉଁଥିରେ 208 ଜଣ ଗଛକାଠ ମାଫିଆଙ୍କୁ ଗିରଫ କରାଯାଇଛି ।

2024-25 ବର୍ଷରେ 614.8048 କ୍ୟୁବିକ ମିଟରକାଠ ଏବଂ 142 ଗୋଟି ଯାନ ଜବତ କରାଯାଇଛି । 2025-26 ବର୍ଷରେ 492.5392 କ୍ୟୁବିକ ମିଟରକାଠ ଏବଂ 139 ଗୋଟି ଯାନ ଜବତ କରାଯାଇଛି । ଗୃହରେ ଲିଖିତ ଉତ୍ତର ରଖିଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ

ଗଣେଶ ରାମ ସିଂ ଖୁଣ୍ଟିଆ ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande