ଆସନ୍ତାକାଲି ରାଜ୍ୟବ୍ୟାପୀ ୧୧୦ତମ ବିଜୁ ଜୟନ୍ତୀ ପାଳିବ ବିଜେଡି
ଭୁବନେଶ୍ୱର, ୦୪ ମାର୍ଚ୍ଚ (ହି.ସ)- ଆସନ୍ତାକାଲି (ଗୁରୁବାର) ବିଜୁ ଜନତା ଦଳ ପକ୍ଷରୁ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ରାଜ୍ୟବ୍ୟାପୀ ପାଳନ କରାଯିବ ବୋଲି ଦଳ ତରଫରୁ ସୂଚନା ପ୍ରଦାନ କରାଯାଇଛି। ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ,ଗୁରୁବାର ଦିନ ପ୍ରବାଦ ପୁରୁଷ ବିଜୁ ବାବୁଙ
ଆସନ୍ତାକାଲି ରାଜ୍ୟବ୍ୟାପୀ ୧୧୦ତମ ବିଜୁ ଜୟନ୍ତୀ ପାଳିବ ବିଜେଡି


ଭୁବନେଶ୍ୱର, ୦୪ ମାର୍ଚ୍ଚ (ହି.ସ)- ଆସନ୍ତାକାଲି (ଗୁରୁବାର) ବିଜୁ ଜନତା ଦଳ ପକ୍ଷରୁ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ରାଜ୍ୟବ୍ୟାପୀ ପାଳନ କରାଯିବ ବୋଲି ଦଳ ତରଫରୁ ସୂଚନା ପ୍ରଦାନ କରାଯାଇଛି।

ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ,ଗୁରୁବାର ଦିନ ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ପ୍ରତିମୂର୍ତିରେ ଶ୍ରଦ୍ଧା ସୁମନ ଅର୍ପଣ, ଦେଶାତ୍ମବୋଧ ସଙ୍ଗୀତ ଗାନ କରିବା ସହିତ ସମୃଦ୍ଧ ଓଡିଶା ଗଠନରେ ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ଭୂମିକା ଉପରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହେବ। ଏହାଛଡା ବିଭିନ୍ନ ସ୍ଥାନରେ ରକ୍ତଦାନ ଶିବିର ଆୟୋଜିତ ହେବ। ବିଜେଡି ମୁଖ୍ୟାଳୟରେ ମଧ୍ୟ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ, ଯେଉଁଥରେ ବିଜେଡି ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେବେ।ବିଜେଡି ତରଫରୁ ଆୟୋଜିତ ହେବାକୁ ଥିବା ବିଜୁ ଜୟନ୍ତୀ ଅବସରରେ, ପ୍ରବାଦ ପୁରୁଷ ବିଜୁ ବାବୁଙ୍କ କୀର୍ତିକୁ ସ୍ମରଣ କରିବା ସହିତ ବିଜେଡିର ନେତା ଓ କର୍ମୀମାନେ ସେବାରେ ବ୍ରତୀ ହେବେ ବୋଲି ସଂକଳ୍ପ ନେବେ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande