ଜିଲ୍ଲା ଲୋକ ଅଭିଯୋଗ କୋଷରେ ୧୪୮ଟି ଅର୍ଜି ଗ୍ରହଣ
ଭଦ୍ରକ, 4 ମାର୍ଚ୍ଚ (ହି.ସ.) - ଭଦ୍ରକ କଲେକ୍ଟରେଟ୍ ପ୍ରାଙ୍ଗଣରେ ଜିଲ୍ଲା ଲୋକ ଅଭିଯୋଗ କୋଷ (ଜୟଂଟ ଗ୍ରିଭାନ୍ସ ସେଲ୍‌) ଆୟୋଜିତ ହୋଇଯାଇଛି । ଜିଲ୍ଲାପାଳ ଦିଲ୍ଲୀପ ରାଉତରାଏ ଓ ଜିଲ୍ଲା ମ୍ୟାଜିଷ୍ଟ୍ରେଟଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଶୁଣାଣିରେ ପୁଲିସ ଅଧୀକ୍ଷକ ମନୋଜ ରାଉତ, ଅତିରିକ୍ତ ଜିଲାପାଳ ସର
ଜିଲ୍ଲା ଲୋକ ଅଭିଯୋଗ କୋଷରେ ୧୪୮ଟି ଅର୍ଜି ଗ୍ରହଣ


ଭଦ୍ରକ, 4 ମାର୍ଚ୍ଚ (ହି.ସ.) - ଭଦ୍ରକ କଲେକ୍ଟରେଟ୍ ପ୍ରାଙ୍ଗଣରେ ଜିଲ୍ଲା ଲୋକ ଅଭିଯୋଗ କୋଷ (ଜୟଂଟ ଗ୍ରିଭାନ୍ସ ସେଲ୍‌) ଆୟୋଜିତ ହୋଇଯାଇଛି । ଜିଲ୍ଲାପାଳ ଦିଲ୍ଲୀପ ରାଉତରାଏ ଓ ଜିଲ୍ଲା ମ୍ୟାଜିଷ୍ଟ୍ରେଟଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଶୁଣାଣିରେ ପୁଲିସ ଅଧୀକ୍ଷକ ମନୋଜ ରାଉତ, ଅତିରିକ୍ତ ଜିଲାପାଳ ସରୋଜ ଦତ, ଉପଜିଲାପାଳ ସୌରଭ ଚକ୍ରବର୍ତୀ ମଧ୍ୟ ଉପସ୍ଥିତ ଥିଲେ । ଏହି ଅଭିଯୋଗ ଶୁଣାଣିରେ ମୋଟ ୧୪୮ଟି ଅର୍ଜି ଗ୍ରହଣ କରାଯାଇଥିଲା । ସେଥିରୁ ୧୦୮ଟି ବ୍ୟକ୍ତିଗତ ସମସ୍ୟା ସମ୍ବନ୍ଧୀୟ ଥିବାବେଳେ ୨୨ଟି ଗ୍ରାମୀଣ ସମସ୍ୟା ସମ୍ପର୍କିତ ଥିଲା । ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡ ଅନ୍ତର୍ଗତ କୌଣସି ଅର୍ଜି ମିଳିନଥିଲା । ରେଡକ୍ରସ୍ ସହାୟତା ପାଇଁ ୧୮ଟି ଅର୍ଜି ଗ୍ରହଣ କରାଯାଇଥିଲା । ମୋଟ ଅର୍ଜିମଧ୍ୟରୁ ୪୨ଟି ଅର୍ଜିର ସ୍ଥଳରେ ତତ୍‌ଷଣାତ୍ ସମାଧାନ କରାଯାଇଥିଲା । ଜିଲ୍ଲା ରେଡ୍ କ୍ରସ୍ ଫଣ୍ଡ ମାଧ୍ୟମରେ ଆବଶ୍ୟକତାଭୋଗୀ ଲୋକମାନଙ୍କୁ ଆର୍ôଥକ ସହାୟତା ପ୍ରଦାନ କରାଯାଇଛି । ମୋଟ ୧୮ ଜଣ ଲାଭାନ୍ୱିତଙ୍କ ପାଇଁ ୮୦,୦୦୦/- ଟଙ୍କା ଅନୁମୋଦନ କରାଯାଇଛି ।

---------------

ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ


 rajesh pande