କୁଶଙ୍ଗ ଦୋଳଯାତ୍ରା ଉଦଯାପିତ
ବଲାଙ୍ଗିର, 04 ମାର୍ଚ୍ଚ ( ହି.ସ.) କୁଶଙ୍ଗ ଗ୍ରାମରେ ପାଳିତ ହେଉଥିବା ଛଅଦିନ ଧରି ବହୁ ପ୍ରାଚୀନ ଫାଳଗୁନଦୋଳ ଯାତ୍ରା ହରିହର ଭେଟ ସହିତ ଉଦ୍ଯାପିତ ହୋଇଯାଇଛି । ଯାତ୍ରାର ଅନ୍ତିମ ଦିନ ପୂର୍ଣ୍ଣମୀ ତିଥି ରାତିରେ କଂସ ଦରବାରରେ ରାଜ ଅତିଥି ଭାବରେ ପୁର୍ବତନ ମନ୍ତ୍ରୀ ତଥା ବିଧାୟକ ନରସିଂହ ମିଶ୍ର, ବଲାଙ
କୁଶଙ୍ଗ ଦୋଳଯାତ୍ରା ଉଦ୍ଯାପିତ


କୁଶଙ୍ଗ ଦୋଳଯାତ୍ରା ଉଦ୍ଯାପିତ


ଉକ୍ତ ଦୋଳଯାତ୍ରାକୁ ଗ୍ରାମ୍ୟ କମିଟୀ ର ସଭାପତି ପ୍ରଶାନ୍ତ ପଟେଲ ଓ ସଂପାଦକ ଶ୍ୟାମସୁନ୍ଦର ବେହେରା ସହ ସମସ୍ତ କର୍ମକର୍ତ୍ତା ପରିଚାଳନା କରିଥିଲେ ।


ବଲାଙ୍ଗିର, 04 ମାର୍ଚ୍ଚ ( ହି.ସ.)

କୁଶଙ୍ଗ ଗ୍ରାମରେ ପାଳିତ ହେଉଥିବା ଛଅଦିନ ଧରି ବହୁ ପ୍ରାଚୀନ ଫାଳଗୁନଦୋଳ ଯାତ୍ରା ହରିହର ଭେଟ ସହିତ ଉଦ୍ଯାପିତ ହୋଇଯାଇଛି । ଯାତ୍ରାର ଅନ୍ତିମ ଦିନ ପୂର୍ଣ୍ଣମୀ ତିଥି ରାତିରେ କଂସ ଦରବାରରେ ରାଜ ଅତିଥି ଭାବରେ ପୁର୍ବତନ ମନ୍ତ୍ରୀ ତଥା ବିଧାୟକ ନରସିଂହ ମିଶ୍ର, ବଲାଙ୍ଗିର ଉପଜିଲ୍ଲାପାଳ ଆଲୋକ ପଟେଲ, ଲୋଇସିଂହା ବ୍କକ ଚେୟାରମ୍ୟାନ ଯତିନ୍ଦ୍ର ପଟେଲ, ଅଘରିଆ ସମାଜର ସଭାପତି ଶୁଦ୍ଭ୍ରାଂଶୁ ପଟେଲ ଓ ରାଜକୁମାର ପଟେଲ ରାଜ ଅତିଥି ଭାବରେ ଯୋଗଦେଇଥିଲେ ।ଏହି ସମୟରେ ମଞ୍ଚରେ ଉପସ୍ଥିତଥିଲେ ଗୌନ୍ତିଆ ବୄନ୍ଦାବନ ପଟେଲ, ଟଙ୍କଧର ଗଡତ୍ୟା, ସୋମନାଥ ପଟେଲ, ଶାନ୍ତନୁ ସିଂ, ତ୍ରିଲୋଚନ ମହାପାତ୍ର ପ୍ରମୁଖ । କରୁଣାକର ପଟେଲ କାର୍ଯ୍ୟକ୍ରମକୁ ସଂଚାଳନ କରିଥିଲେ । ବିଲମ୍ବିତ ରାତି ପର୍ଯ୍ୟନ୍ତ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ରାତିର ଶେଷ ପ୍ରହରରେ ବହୁପ୍ରତିକ୍ଷିତ ହରିହର ଭେଟ ସ୍ଥାନୀୟ ରାମଜୀ ମନ୍ଦିର ପରିସରରେ ସମ୍ପନ୍ନ ହୋଇଥିଲା । ଦଧୀବାମନ ମନ୍ଦିରରୁ ରାଧାକୃଷ୍ଣଙ୍କ ବିମାନ ଓ ଶିବ ମନ୍ଦିରରୁ ଶିବପାର୍ବତୀଙ୍କ ବିମାନଙ୍କୁ କୀର୍ତ୍ତନ୍ୟ, ଝାଞ୍ଜ, ଘଣ୍ଟ, ଘଣ୍ଟା, ମଶାଳ ତଥା ବାଣ ରୋଶଣି ସହ ଏକ ଭବ୍ୟ ଶୋଭାଯାତ୍ରାରେ ରାମଜୀ ମନ୍ଦିର ପରିସରକୁ ନିଆଯାଇଥିଲା । ଏହି ସମୟରେ ହଜାର ହଜାର ଶ୍ରଦ୍ଧାଳୁ ଦେବଦର୍ଶନ ପାଇଁ ଉପସ୍ଥିତ ଥିଲେ ।ସେଠାରେ ଠାକୁରମାନଙ୍କୁ ପୂଜାର୍ଚ୍ଚନା କରାଯିବା ପରେ ଫଗୁଖେଳ ଆରମ୍ଭ ହୋଇଥିଲା ଏବଂ ଉଭୟ ବିମାନଙ୍କୁ ଦଧିବାମନ ମନ୍ଦିରକୁ ପୁଣି ଏକ ଭବ୍ୟ ଶୋଭାଯାତ୍ରାରେ ଅଣାଯାଇଥିଲା ।ଉକ୍ତ ଦୋଳଯାତ୍ରାକୁ ଗ୍ରାମ୍ୟ କମିଟୀ ର ସଭାପତି ପ୍ରଶାନ୍ତ ପଟେଲ ଓ ସଂପାଦକ ଶ୍ୟାମସୁନ୍ଦର ବେହେରା ସହ ସମସ୍ତ କର୍ମକର୍ତ୍ତା ପରିଚାଳନା କରିଥିଲେ ।

---------------

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande