
ନୂଆଦିଲ୍ଲୀ, 04 ମାର୍ଚ୍ଚ (ହି.ସ.)- ପଶ୍ଚିମ ଏସିଆରେ
ବଢୁଥିବା ସଙ୍କଟକୁ ଦୃଷ୍ଟିରେ ରଖି ବୈଦେଶିକ ବ୍ୟାପାର ମନ୍ତ୍ରାଳୟ (ଏମଇଏ) ସେଠାରେ ବସବାସ କରୁଥିବା ପ୍ରଭାବିତ ଭାରତୀୟ ନାଗରିକମାନଙ୍କ
ସହାୟତା ପାଇଁ ଏକ ନିୟନ୍ତ୍ରଣ କକ୍ଷ ସ୍ଥାପନ କରିଛି।
ବିଦେଶ ମନ୍ତ୍ରଣାଳୟର
ଆଧିକାରିକ ପ୍ରବକ୍ତା ରଣଧୀ ଜୟସ୍ୱାଲବୁଧବାର
କହିଛନ୍ତି ଯେ ପଶ୍ଚିମ ଏସିଆରେ ବଢୁଥିବା ସଙ୍କଟକୁ ଦେଖି ଏମଇଏ ଏକ କଣ୍ଟ୍ରୋଲ୍ ରୁମ୍ ସୃଷ୍ଟି
କରିଛି। ଏହାର ଉଦ୍ଦେଶ୍ୟ ସେଠାରେ ବସୁଥିବା ପ୍ରଭାବିତ ଲୋକମାନଙ୍କୁ ସହାୟତା କରିବା।
ମନ୍ତ୍ରଣାଳୟ କହିଛି ଯେ
ପଶ୍ଚିମ ଏସିଆରେ ପ୍ରାୟ ୧ କୋଟି ଭାରତୀୟ ବସବାସ କରୁଛନ୍ତି ଏବଂ ତାଙ୍କର ସୁରକ୍ଷା ଓ କଳ୍ୟାଣ
ନୂଆଦିଲ୍ଲୀ ପାଇଁ ‘ସର୍ବୋଚ୍ଚ ପ୍ରାଥମିକତା’ ଅଟେ। ରଣଧୀର ଜୈସୱାଲ କହିଛନ୍ତି ଯେ ଭାରତ ସରକାର
ହେଲ୍ପଲାଇନ୍ ନମ୍ବର ମଧ୍ୟ ଜାରି କରିଛି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା