ଦିଲ୍ଲୀପ ରାୟଙ୍କୁ ସମର୍ଥନ ଦେବନି କଂଗ୍ରେସ - ଭକ୍ତ ଦାସ
ଭୁବନେଶ୍ୱର, ୦୪ ମାର୍ଚ୍ଚ (ହି.ସ.) - ଦିଲ୍ଲୀପ ରାୟଙ୍କୁ ସମର୍ଥନ ଦେବନି କଂଗ୍ରେସ। ରାଜ୍ୟସଭା ପାଇଁ ସ୍ୱାଧୀନ ଭାବେ ପ୍ରାର୍ଥୀ ହୋଇଥିବା ଦିଲ୍ଲୀପ ରାୟଙ୍କୁ କଂଗ୍ରେସ ସମର୍ଥନ ଦେବା ପ୍ରସଙ୍ଗରେ ପିସିସି ସଭାପତି ଭକ୍ତ ଦାସ ପ୍ରତିକ୍ରିୟା ଦେଇ ଏହା ସ୍ପଷ୍ଟ କରିଛନ୍ତି। ସେ କହିଛନ୍ତି ଦିଲ୍ଲୀପ ରାୟ ମତେ
Bhakta Charan Das (File Photo)


ଭୁବନେଶ୍ୱର, ୦୪ ମାର୍ଚ୍ଚ (ହି.ସ.) - ଦିଲ୍ଲୀପ ରାୟଙ୍କୁ ସମର୍ଥନ ଦେବନି କଂଗ୍ରେସ। ରାଜ୍ୟସଭା ପାଇଁ ସ୍ୱାଧୀନ ଭାବେ ପ୍ରାର୍ଥୀ ହୋଇଥିବା ଦିଲ୍ଲୀପ ରାୟଙ୍କୁ କଂଗ୍ରେସ ସମର୍ଥନ ଦେବା ପ୍ରସଙ୍ଗରେ ପିସିସି ସଭାପତି ଭକ୍ତ ଦାସ ପ୍ରତିକ୍ରିୟା ଦେଇ ଏହା ସ୍ପଷ୍ଟ କରିଛନ୍ତି। ସେ କହିଛନ୍ତି ଦିଲ୍ଲୀପ ରାୟ ମତେ କଲ କରି ସକାଳୁ କଥା ହୋଇଥିଲେ । ଆମ ଦଳ ସମର୍ଥନ ଦେବନାହିଁ ବୋଲି ତାଙ୍କୁ ସ୍ପଷ୍ଟ ମନା କରିଛି। ପୂର୍ବରୁ ରାଜ୍ୟସଭା ପ୍ରାର୍ଥୀ ହେବେ ନାହିଁ ବୋଲି ଦିଲ୍ଲୀପ କହିଥିଲେ। ମୁଁ ତାଙ୍କୁ କହିଥିଲି ତମେ ବିଜେଡି ଏବଂ କଂଗ୍ରେସ ପ୍ରାର୍ଥୀ ହୁଅ, କିନ୍ତୁ ସେ କିଛି ଉତର ଦେଇନଥିଲେ। ବିଜେପି ମୋତେ ଏକ ନମ୍ବର ପ୍ରାର୍ଥୀ କଲେ ମୁଁ ଚିନ୍ତା କରିବି କହିଥିଲେ। କିନ୍ତୁ ଏବେ ସେ ରାଜ୍ୟସଭା ପାଇଁ ସ୍ୱାଧୀନ ପ୍ରାର୍ଥୀ। ଗତକାଲି ହଠାତ୍ ପ୍ରାର୍ଥୀ ହେବା ପାଇଁ ନିଷ୍ପତି ନେଇଥିଲେ। ଏହା ବିଚାରଗତ ଲଢେଇ, ଏଠି ସମ୍ପର୍କର ସ୍ଥାନ ନାହିଁ । ତେଣୁ ମୋତେ ନିବେଦନ କରିବା ଠିକ ହେବନାହିଁ । ବ୍ୟକ୍ତିଗତ ସମ୍ପର୍କ ଓ ରାଜନୈତିକ ସମ୍ପର୍କ ଭିନ୍ନ କଥା। ବିଜେପି ଚିନ୍ତାଧାରା ସହ ଆମେ ଏକ ହୋଇ ପାରିବୁନି। କଂଗ୍ରେସରୁ କ୍ରସ ଭୋଟିଂ ହେବା ପ୍ରଶ୍ନ ଉଠୁନାହିଁ ବୋଲି ଭକ୍ତ ଦାସ କହିଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande