ଦୃଷ୍ଟି ବାଧିତ ଓ ଶ୍ରୁତି ବାଧିତ ପିଲାମାନଙ୍କ ସହ ହୋଲି ପାଳିଲେ ପ୍ରସାଦ ହରିଚନ୍ଦନ
ଭୁବନେଶ୍ୱର, 04 ମାର୍ଚ୍ଚ (ହି.ସ.)- ପ୍ରତି ବର୍ଷ ପରି ନିଆରା ଢଙ୍ଗରେ ଭୀମଭୋଇ ଦୃଷ୍ଟି ବା ଧ୍ ତ ବିଦ୍ୟାଳୟ ଓ ବିପିନ ବିହାରି ଚୌଧରି ଶ୍ରୁତି ବା ଧି ତ ବିଦ୍ୟାଳୟର ପିଲାମାନଙ୍କ ସହ ହୋଲି ବିତାଇଲେ ପ୍ରସାଦ ହରିଚନ୍ଦନ । ପାରିବାର ଠାରୁ ଦୂରରେ ରହୁଥିବା ଦିବ୍ୟାଙ୍ଗ ପିଲାମାନେ ଏକ ଦିବ୍ୟ ଭାବମୟ ପରିବେଶ
Holi


ଭୁବନେଶ୍ୱର, 04 ମାର୍ଚ୍ଚ (ହି.ସ.)- ପ୍ରତି ବର୍ଷ ପରି ନିଆରା ଢଙ୍ଗରେ ଭୀମଭୋଇ ଦୃଷ୍ଟି ବା ଧ୍ ତ ବିଦ୍ୟାଳୟ ଓ ବିପିନ ବିହାରି ଚୌଧରି ଶ୍ରୁତି ବା ଧି ତ ବିଦ୍ୟାଳୟର ପିଲାମାନଙ୍କ ସହ ହୋଲି ବିତାଇଲେ ପ୍ରସାଦ ହରିଚନ୍ଦନ । ପାରିବାର ଠାରୁ ଦୂରରେ ରହୁଥିବା ଦିବ୍ୟାଙ୍ଗ ପିଲାମାନେ ଏକ ଦିବ୍ୟ ଭାବମୟ ପରିବେଶରେ ଯେଭଳି ବିଭୋର, ବିହ୍ବଳ ହୋଇ ହୋଲି ଖେଳିଥିଲେ ତାହା ସମସ୍ତଙ୍କୁ ବେଶ୍ ପ୍ରଭାବିତ କରିଥିଲା । ସୁଲଳିତ କଣ୍ଠରେ ଝିଅ ଆକାଂକ୍ଷା ଗୋପାଳ କୃଷ୍ଣ ଙ୍କ ରଚନାରୁ ଓଡିଶୀ ସଙ୍ଗୀତ ଗାନ କରିଥିଲେ। ଛାତ୍ର,ଛାତ୍ରୀ ମାନେ ହର୍ମୋନୀୟମ, ତବଲା, ମଞ୍ଜୁରୀ ବାଦନ କରିଥିଲେ । ପିଲାମାନଙ୍କୁ ସେଓ, କଦଳୀ ଆଦି ଫଳ ବଣ୍ଟନ କରାଯାଇଥିଲା । ଭେନସ ଇନ୍ ପକ୍ଷରୁ ଦହିବରା, ଆଳୁ କଷା, ଗୁଗୁନି, ଗୋଲାପ ଜାମୁ ନ ପରିବେଷଣ କରାଯାଇଥିଲା ।

ସାମାଜିକ କର୍ମୀ ଅଜୟ ମହାପାତ୍ର କାର୍ଯକ୍ରମ ପରିଚାଳନା କରିଥିଲେ। ସମାଜ ସେବୀ ବାଙ୍କନିଧି ବେହେରା, ସୀତାଂଶୁ ଦାସ ଏଥିରେ ସହଯୋଗ କରିଥିଲେ ବଂଶୀଧର ବିଶ୍ବାଳ ପ୍ରମୁଖ କାର୍ଯକ୍ରମ ରେ ଯୋଗଦେଇଥିଲେ । ଦୁବାଇରେ ଅଟକି ରହିଥିବା ଭାରତୀୟ ମାନଙ୍କ ପାଇଁ ଗଭିର ଚିନ୍ତା ପ୍ରକଟ କରାଯାଇଥିଲା। ନିରାପଦ ରେ ସେମାନଙ୍କୁ ଦେଶକୁ ଫେରି ଆସିବା ପାଇଁ ପ୍ରାର୍ଥନା କରାଯାଇଥିଲା । ସରକାର ଦାୟୀତ୍ବ କୁ ନିଷ୍ଠାର ସହ ପାଳନ କରିବା ପାଇଁ କୁହା ଯାଇଥିଲା । ଶାନ୍ତି, ସଦଭାବନା,ଭାଇଚାରା ଓ ରଙ୍ଗର ପର୍ବ ହୋଲି ସମସ୍ତ ଙ୍କ ଜୀବନକୁ ରଙ୍ଗମୟ, ସୁଖମୟ, ମଧୁମୟ କରୁ ; ହିଂସା ଦୁରହୋଇ ଯୁଦ୍ଧ ବିଭୀଷିକା ହଟୁ - କାମନା କରାଯାଇଥିଲା

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande