
ନୂଆଦିଲ୍ଲୀ, 04 ମାର୍ଚ୍ଚ (ହି.ସ.)- ଘରୋଇ ଶେୟାର
ବଜାରରେ ହାହାକାର ମଧ୍ୟରେ ଆଜି ଟଙ୍କା ମଧ୍ୟ ରେକର୍ଡ ସ୍ତରକୁ ଖସିଛି। ଆମେରିକୀୟ ଡଲାର ସହିତ
ତୁଳନାରେ ଏପର୍ଯ୍ୟନ୍ତର ସବୁଠାରୁ ନିମ୍ନ ସ୍ତର ୯୨.୦୨ରେ ଟଙ୍କା ଖୋଲିଥିଲା। ଏହିପରି ବ୍ୟବସାୟ
ଆରମ୍ଭ ହେବା ସହିତ ଟଙ୍କା ଡଲାର ତୁଳନାରେ ୫୫ ପଇସା କମି ପ୍ରଥମ ଥର ପାଇଁ ପ୍ରତି ଡଲାର ୯୨
ଟଙ୍କା ସ୍ତରରୁ ତଳକୁ ଯାଇପହଞ୍ଚିଛି।
ଏହା ପୂର୍ବରୁ ଗତ ବ୍ୟବସାୟିକ
ଦିନ ସୋମବାର ଟଙ୍କା ଡଲାର ତୁଳନାରେ ୯୧.୪୭ ସ୍ତରରେ ବନ୍ଦ ହୋଇଥିଲା। ଆଜି ପୂର୍ବରୁ ଏହି ବର୍ଷ
ଜାନୁଆରୀ ମାସରେ ମଧ୍ୟ ଭାରତୀୟ ମୁଦ୍ରା ପ୍ରତି ଡଲାର ୯୧.୯୮ ଟଙ୍କା ସ୍ତର ପର୍ଯ୍ୟନ୍ତ ଖସିଥିଲା।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା