
ନୂଆଦିଲ୍ଲୀ, 04 ମାର୍ଚ୍ଚ (ହି.ସ.)- ପଶ୍ଚିମ ଏସିଆ
ସଙ୍କଟ ମଧ୍ୟରେ ନିକଟ ଦେଶଗୁଡ଼ିକରେ ଅଟକିଥିବା ଭାରତୀୟ ନାଗରିକମାନଙ୍କୁ ସୁରକ୍ଷିତ ଭାବେ
ସ୍ୱଦେଶ ଫେରାଇବା ପାଇଁ ବେସରକାରି ବିମାନ ସେବା କମ୍ପାନୀ ସ୍ପାଇସଜେଟ୍ତାର ପ୍ରୟାସକୁ ତ୍ୱରାନ୍ୱିତ କରିଛି।
ଏୟାରଲାଇନ୍ ବୁଧବାର ଜାରି
କରିଥିବା ଏକ ବିବୃତ୍ତିରେ କହିଛି ଯେ ସେ ଆଜି ୟୁଏଇରୁ ୮ଟି ବିଶେଷ ଉଡାଣ ସଂଚାଳନ କରିବ। ଏହି
୮ଟି ବିଶେଷ ଉଡାଣ ମାଧ୍ୟମରେ ୟୁଏଇର ଫୁଜାଇରାରୁ ଭାରତର ବିଭିନ୍ନ ପ୍ରମୁଖ ସହରକୁ ସେବା ପ୍ରଦାନ
କରାଯିବ। ଏଥିରେ ଦିଲ୍ଲୀପାଇଁ ୪ଟି ବିଶେଷ ଉଡାଣ ଏବଂ ମୁମ୍ବାଇ
ପାଇଁ ୪ଟି ଉଡାଣ ସଂଚାଳିତ ହେବ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା