
କନ୍ଧମାଳ , ୧୪ ମାର୍ଚ୍ଚ (ହି.ସ.) ସପ୍ତମ ଶ୍ରେଣୀର ଜଣେ ଛାତ୍ରୀଙ୍କୁ ଫୁଲବାଣୀ ବାଳିକା ଉଚ୍ଚ ବିଦ୍ୟାଳୟ ରେ ବିଜ୍ଞାନ ମେଳା କୁ ଆଣି, ତାକୁ ଛାଡିବା ବାଟରେ ଦୁଷ୍କର୍ମ କରି ଜେଲ ଗଲେ କନ୍ଧମାଳ ଜିଲ୍ଲା ଗୋଛାପଡ଼ା ଥାନା ଅଞ୍ଚଳର କାଣିବାଲି ବିଦ୍ୟାଳୟର ଶିକ୍ଷକ କୁନୁ ଭୋଈ l ସୁଚନା ଅନୁଯାୟୀ ଗତ ଜାନୁୟାରୀ ମାସ ୨୧ ତାରିଖରେ ଶିକ୍ଷକ ଜଣକ ୭ମ ଶ୍ରେଣୀ ର ଛାତ୍ରୀଙ୍କୁ ନିଜ ବାଇକରେ କାଣିବାଲି ବିଦ୍ୟାଳୟରୁ ଫୁଲବାଣୀ ବାଳିକା ଉଚ୍ଚ ବିଦ୍ୟାଳୟ କୁ ନେଇ ଆସିଥିଲେ। ସେଠାରୁ ଫେରିବା ବେଳକୁ ବିଳମ୍ବ ହୋଇ ସଂନ୍ଧ୍ଯା ହୋଇଥିଲା। ଶିକ୍ଷକ ଜଣକ ନିକାଞ୍ଚନ ଯାଗା ଦେଖି ଛାତ୍ରୀଙ୍କ ସହିତ ଦୁର୍ସ୍କମ କରିଥିଲେ । ହେଲେ ଏତିକିରେ ଶିକ୍ଷକଙ୍କ କାମୁକତା ର ତୃଷା ମେଣ୍ଟି ନ ଥିଲା। ପରେ ସେ ଛାତ୍ରୀଙ୍କୁ ମିଠା ଏବଂ ଖାଇବା ଜିନିଷ ଦେଇ ପ୍ରଲୋଭିତ କରି ତା ସହିତ ଆଉ ୬ ଥର ଦୁର୍ସ୍କମ କରିଥିଲେ । ଏହା ପରେ ଛାତ୍ରୀ ଜଣକ ଆଉ ବିଦ୍ୟାଳୟ ଯାଇ ନଥିଲେ। ଘରେ ପିତାମାତା ବିଦ୍ୟାଳୟ କୁ ଯିବାକୁ କହିବାରୁ ସେ ବିଦ୍ଯାଳୟ କୁ ଯିବାକୁ ମନା କରିବା ସହିତ ସମସ୍ତ ଘଟଣା ବିଷୟରେ କହିଥିଲେ। ଘଟଣା ବାବଦରେ ଶୁଣି ଅଭିଭାବକ ମାନେ ଗୋଛାପଡ଼ା ଥାନା ରେ ଗତ ୩ ତାରିଖରେ ଏକ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ଆଧାରରେ ଗୋଛାପଡ଼ା ଥାନା ପୋଲିସ ଏହି ସଂକ୍ରାନ୍ତରେ ଏକ ମାମଲା ରୁଜୁ କରି ଶିକ୍ଷକ କୁନୁ ଭୋଇଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।
ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ