ତୃତୀୟ ସୁକତେଲ ମହୋତ୍ସବ ଉଦଯାପିତ ଲୁପ୍ତ ପ୍ରାୟ ଲୋକ ଗୀତ ଓ ନୃତ୍ୟର ପୁନରୁଥାନର ଅନନ୍ୟ ମଞ୍ଚ
ବଲାଂଗିର, 04 ମାର୍ଚ୍ଚ (ହି.ସ.) ସୁକତେଲ ମହୋତ୍ସବ କେବଳ ଏକ ଉତ୍ସବ ନୁହେଁ,ଏହା ଆମ ସାଂସ୍କୃତିକ ଐତିହ୍ୟକୁ ସୁରକ୍ଷା ଦେବା ସହିତ ଲୁପ୍ତ ପ୍ରାୟ ଲୋକ ଗୀତ ଓ ନୃତ୍ୟକୁ ପ୍ରଚାର ପ୍ରସାର କରିବାର ଏକ ଅନନ୍ୟ ପ୍ରୟାସ ବୋଲି ବଲାଙ୍ଗୀର ବ୍ଲକ ଅନ୍ତର୍ଗତ ବାନ୍ଧନଘୋର ଗ୍ରାମରେ ଚାଲିଥିବା ତୃତୀୟ ସୁକତେଲ ମହୋତ
ତୃତୀୟ ସୁକତେଲ ମହୋତ୍ସବ ଉଦଯାପିତ ଲୁପ୍ତ ପ୍ରାୟ ଲୋକ ଗୀତ ଓ ନୃତ୍ୟର ପୁନରୁଥାନର ଅନନ୍ୟ ମଞ୍ଚ


ତୃତୀୟ ସୁକତେଲ ମହୋତ୍ସବ ଉଦଯାପିତ ଲୁପ୍ତ ପ୍ରାୟ ଲୋକ ଗୀତ ଓ ନୃତ୍ୟର ପୁନରୁଥାନର ଅନନ୍ୟ ମଞ୍ଚ


ବଲାଂଗିର, 04 ମାର୍ଚ୍ଚ (ହି.ସ.)

ସୁକତେଲ ମହୋତ୍ସବ କେବଳ ଏକ ଉତ୍ସବ ନୁହେଁ,ଏହା ଆମ ସାଂସ୍କୃତିକ ଐତିହ୍ୟକୁ ସୁରକ୍ଷା ଦେବା ସହିତ ଲୁପ୍ତ ପ୍ରାୟ ଲୋକ ଗୀତ ଓ ନୃତ୍ୟକୁ ପ୍ରଚାର ପ୍ରସାର କରିବାର ଏକ ଅନନ୍ୟ ପ୍ରୟାସ ବୋଲି ବଲାଙ୍ଗୀର ବ୍ଲକ ଅନ୍ତର୍ଗତ ବାନ୍ଧନଘୋର ଗ୍ରାମରେ ଚାଲିଥିବା ତୃତୀୟ ସୁକତେଲ ମହୋତ୍ସବର ଉଦଯାପନୀ ସଭାରେ ଅତିଥି ମାନେ ଗତକାଲି ସନ୍ଧ୍ୟାରେ ମତବ୍ୟକ୍ତ କରିଛନ୍ତି।ସ୍ବେଚ୍ଛାସେବୀ ଅନୁଷ୍ଠାନ ନେସନାଲ ସର୍ଭିସ ଫାଉଣ୍ଡେସନ,ବଲାଙ୍ଗୀର,ସୁକତେଲ ମହୋତ୍ସବ କମିଟିର ମିଳିତ ସହଯୋଗ ତଥା ଓଡ଼ିଆ ଭାଷା,ସାହିତ୍ୟ ଓ ସଂସ୍କୃତି ବିଭାଗ,ଓଡ଼ିଶା ସରକାରଙ୍କର ସହାୟତାରେ ଚାରିଦିନ ବ୍ୟାପି ଅନୁଷ୍ଠିତ ଏହି ମହୋତ୍ସବରେ ବିଭିନ୍ନ ଦିନରେ ଅନେକ ପ୍ରଶାସନିକ ଅଧିକାରୀ ତଥା ସମାଜସେବୀ,ସାଂସ୍କୃତିକ ସଂଗଠକ, ସଙ୍ଗୀତ ନିର୍ଦ୍ଦେଶକ ଯୋଗ ଦେଇଥିଲେ। ବରଗଡ଼, ସୋନପୁର, ବୌଦ୍ଧ,ବଲାଙ୍ଗୀର ଜିଲ୍ଲାର ୩୦ରୁ ଉର୍ଦ୍ଧ୍ବ ଦଣ୍ଡ କଳାକାର ନିଜର କଳା ପରିବେଷଣ କରିଥିଲେ।ଢାପ ପଏଁରି କଳା ପରିଷଦ,ଟିଟିଲାଗଡ଼,ମଧୁମିତା ପରମଗୁରୁ,ସୁବର୍ଣ୍ଣପୁର,ସଙ୍ଗୀତ ସାଧନା,ଲୋଇସିଂହା,ରୁମକୁ ଝୁମାନା,ସୁବର୍ଣ୍ଣପୁର ପ୍ରଭୃତି ଛଅ ଗୋଟି ସାଂସ୍କୃତିକ ଦଳ ମହୋତ୍ସବରେ ଘୁମୁରା,ଢାପ,ଲୋକ ନୃତ୍ୟ ଓ ଗୀତ ପରିବେଷଣ କରିଥିଲେ।କଂସ ଦରବାରରେ ଶୁଭମ ଘିବେଲା ଓ ତାଙ୍କ ଦଳ ଅଭିନୟ ମାଧ୍ୟମରେ ଲୋକଙ୍କର ମନ ଜିଣି ପାରିଥିଲେ।ତୃତୀୟ ସୁକତେଲ ମହୋତ୍ସବ ଅବସରରେ ବରିଷ୍ଠ ଶିକ୍ଷାବିତ ତଥା ସାଂସ୍କୃତିକ ସଂଗଠକ ଟଂକଧର ଛତ୍ରିଆ,ସଙ୍ଗୀତ ନିର୍ଦ୍ଦେଶକ ତଥା କଣ୍ଠ ଶିଳ୍ପୀ ଶାଶ୍ୱତ କୁମାର ତ୍ରିପାଠୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।ଦଣ୍ଡ କଳାକାର ଆନନ୍ଦ ଗୁର୍ଲା,ରିଙ୍କି ବାଗ ଓ ସୁଶୀଲ ନାଗଙ୍କୁ ମଧ୍ୟ ସମ୍ବର୍ଦ୍ଧନା କରାଯାଇଥିଲା । ଉଦଯାପନୀ ସଭାରେ ସଭାପତିତ୍ୱ କରିଥିଲେ ଶ୍ରୀଯୁକ୍ତ ଅକ୍ରୁର ପୁରୋହିତ । ଉପଦେଷ୍ଟା ମଳୟ ଆନନ୍ଦ କୁମାର ତ୍ରିପାଠୀଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି ସଭାରେ ଅତିଥି ଭାବରେ ଯୋଗ ଦେଇଥିଲେ ସୁପରିଚିତ କଣ୍ଠ ଶିଳ୍ପୀ,ଗୀତିକାର ତଥା ସଙ୍ଗୀତ ନିର୍ଦ୍ଦେଶକ ଶାଶ୍ୱତ କୁମାର ତ୍ରିପାଠୀ ଓ ବଲାଙ୍ଗୀର ରାଜ ମିସ୍ତ୍ରୀ ସଙ୍ଘର ସଭାପତି ଶମ୍ଭୁ ନାଗ।ସଭା ସଂଯୋଜନା କରିଥିଲେ ଦେବାଶିଷ ପାଣ୍ଡିଆ। ଉଦଯାପନୀ ସନ୍ଧ୍ୟାରେ ଶ୍ରୀହରି କଳା ନିକେତନ,କଳାହାଣ୍ଡିର ଘୁମୁରା ନୃତ୍ୟ ଓ ସଂଜ୍ୟୋତ୍ କଳା କେନ୍ଦ୍ର, ବଲାଙ୍ଗୀରର ଲୋକ ଗୀତ ଓ ନୃତ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ସାଜିଥିଲା।ସାଂସ୍କୃତିକ କାର୍ଯ୍ୟକ୍ରମର ସଂଯୋଜନା ଓ ପରିଚାଳନା କରିଥିଲେ ଭକ୍ତ ପ୍ରଧାନ । କଂସ ଦରବାରରେ କଂସ ଅଭିନୟ କରୁଥିବା ଶୁଭମ ଘିବେଲା ଅପରାହ୍ନରେ ପାର୍ଶ୍ୱବର୍ତ୍ତି ଗ୍ରାମ ସିଆଲବାହାଲି ମାଗୁରବେଡ଼ା,ପଥରଖଣ୍ଡି ,କୁଟୁମଡୋ ଲା ଗ୍ରାମକୁ ନିଜ ରଥରେ ଯାଇ ପରିଦର୍ଶନ କରିଥିଲେ । ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ଫାଉଣ୍ଡେସନର ସମ୍ପାଦକ ପ୍ରଣୟ ଆନନ୍ଦ କୁମାର ତ୍ରିପାଠୀ।ସୁକତେଲ ମହୋତ୍ସବ କମିଟିର ସଦସ୍ୟ । କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ଚିଙ୍କୁ ପ୍ରଧାନ,ପ୍ରସନ୍ନ ଗହୀର,ସତ୍ୟନାରାୟଣ ଗହୀର,ପ୍ରତାପ ସାହୁ ଓ ସୁରେଶ ବୁଡେକ,ସାନନ୍ଦ ଶିକା,ଶ୍ରୀମୟ ତ୍ରିପାଠୀ,ଦେବବତ୍ତ ସେଠ,ସୁରେଶ ମେହେର ,ବରୁଣ ରଣା,ସର୍ବଜିତ ତ୍ରିପାଠୀ,ବିଶ୍ୱଜିତ ନାଥ,ଦେବାଶିଷ ଦାଶ ଓ ହରେକୃଷ୍ଣ ବୁଡେକ । ଆଖପାଖ ଅଞ୍ଚଳର ହଜାର ହଜାର ଦର୍ଶକ କାର୍ଯ୍ୟକ୍ରମକୁ ଉପଭୋଗ କରିବା ସହିତ ଏଭଳି ଆୟୋଜନର ପ୍ରଶଂସା କରିଥିଲେ।ଧ୍ୱଜାଵତାରଣ ପରେ ମହୋତ୍ସବ ସମାପ୍ତିର ଘୋଷଣା କରାଯାଇଥିଲା ।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande