ହୋଲି ଶୁଭେଚ୍ଛା ଜଣାଇଲେ ପାଟକୁରା ବିଧାୟକ, କହିଲେ ରାଜ୍ୟସଭା ନିର୍ବାଚନରେ ସମର୍ଥନ ଦେବା ନେଇ ନିଷ୍ପତି ନେଇନାହିଁ
ଭୁବନେଶ୍ୱର, 04 ମାର୍ଚ୍ଚ (ହି.ସ.)- ହୋଲି ଶୁଭେଚ୍ଛା ଜଣାଇଲେ ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ର । କହିଲେ, ପାଟକୁରାବାସୀ, କେନ୍ଦ୍ରାପଡ଼ାବାସୀ ଓ ରାଜ୍ୟବାସୀଙ୍କୁ ହୋଲି ଉପଲକ୍ଷେ ଶୁଭେଚ୍ଛା ଓ ଶୁଭକାମନା । ମହାପ୍ରଭୁ ଜଗନ୍ନାଥ ସମସ୍ତଙ୍କୁ ଖୁସିରେ ରଖନ୍ତୁ । ଅନ୍ୟପଟ
ହୋଲି ଶୁଭେଚ୍ଛା ଜଣାଇଲେ     ପାଟକୁରା ବିଧାୟକ, କହିଲେ ରାଜ୍ୟସଭା ନିର୍ବାଚନରେ ସମର୍ଥନ ଦେବା ନେଇ ନିଷ୍ପତି ନେଇନାହିଁ


ଭୁବନେଶ୍ୱର, 04 ମାର୍ଚ୍ଚ (ହି.ସ.)- ହୋଲି ଶୁଭେଚ୍ଛା

ଜଣାଇଲେ ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ର । କହିଲେ, ପାଟକୁରାବାସୀ, କେନ୍ଦ୍ରାପଡ଼ାବାସୀ ଓ ରାଜ୍ୟବାସୀଙ୍କୁ ହୋଲି ଉପଲକ୍ଷେ ଶୁଭେଚ୍ଛା ଓ ଶୁଭକାମନା ।

ମହାପ୍ରଭୁ ଜଗନ୍ନାଥ ସମସ୍ତଙ୍କୁ ଖୁସିରେ ରଖନ୍ତୁ ।

ଅନ୍ୟପଟେ ରାଜ୍ୟସଭା

ନିର୍ବାଚନକୁ ନେଇ ଅରବିନ୍ଦ କହିଛନ୍ତି, ବର୍ତ୍ତମାନ

କାହାକୁ ସମର୍ଥନ ଦେବି କିଛି ନିଷ୍ପତି ନେଇନାହିଁ । ସ୍ୱାଧୀନ ଭାବେ ଅଛି । ତେବେ ଭୋଟିଂ ସମୟରେ

ଯାହା ଠିକ୍ ଲାଗିବ ସେହି ନିଷ୍ପତି ନେବି । ଏହାସହ ସେତେବେଳେ ନିଷ୍ପତି ମଧ୍ୟ ଖୋଲାଖୋଲି କହିବି

। କିଛି ଲୁଚା ଛପା ରହିବ ନାହିଁ । ଲୁଚିକି ଭୋଟ ଦେବି ନାହିଁ । ବିଜେଡ଼ି ପ୍ରାର୍ଥୀ ଚୟନ ବେଳେ

ମୋ ସହ କେହି ଆଲୋଚନା କରିନାହାନ୍ତି । କି ପରବର୍ତ୍ତୀ ସମୟରେ ବି କୌଣସି କଥା ହୋଇନାହାନ୍ତି ।

ଦିଲ୍ଲୀପ ରାୟ ପ୍ରତ୍ୟେକ

ବର୍ଷ ହୋଲିରେ ଆସନ୍ତି । ଆଜି ମଧ୍ୟ ଘରକୁ ଆସିଥିଲେ । ହେଲେ ରାଜ୍ୟସଭା ବାବଦରେ କୌଣସି ଆଲୋଚନା

ହୋଇନାହିଁ । ବର୍ତ୍ତମାନ ସୁଦ୍ଧା ରାଜ୍ୟସଭା ନିର୍ବାଚନ ପାଇଁ କେହି ଯୋଗାଯୋଗ କରିନାହାନ୍ତି ବୋଲି

ସେ କହିଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande