
ଭୁବନେଶ୍ୱର, 04 ମାର୍ଚ୍ଚ (ହି.ସ.)- ରାଜଧାନୀରେ
ଚାଞ୍ଚଲ୍ୟ। ହୋଲି ପୂର୍ବରୁ ଗଡିଲା ମୁଣ୍ଡ। ବିଚ୍ ରାସ୍ତାରେ ମହିଳାଙ୍କୁ ହତ୍ୟା। ସ୍ୱାମୀର ଛୁରା
ମାଡ଼ରେ ସ୍ତ୍ରୀର ମୃତ୍ୟୁ। ମୃତକ ହେଲେ ଫୁଲେଶ୍ଵରି ବସ୍ତିର ସାବିତ୍ରୀ ମଲ୍ଲିକ। ସାବିତ୍ରୀଙ୍କ
ଶବ ଜବତ କରିଛି ଭରତପୁର ଥାନା ପୋଲିସ। ଫେରାର ହେବା ପୂର୍ବରୁ ହତ୍ୟାକାରୀ ସ୍ବାମୀ
ପୂର୍ଣ୍ଣଚନ୍ଦ୍ର ମଲ୍ଲିକକୁ କାବୁ କରିଛି ପୋଲିସ। ହତ୍ୟାକାଣ୍ଡର ଅସ୍ପଷ୍ଟ ଥିବା ବେଳେ ଘଟଣାର
ତଦନ୍ତ କରୁଛି ପୋଲିସ।
ଘଟଣାରେ ପୋଲିସ ଛାନଭିନ
ଆରମ୍ଭ କରିଛି । ଭରତପୁର ଥାନା ଟିମ୍ ପହଂଚି କରୁଛି ତନାଘନା । ଭରତପୁର ଆଇଆଇସିଙ୍କ ସହ ଜୋନାଲ ଏସିପି ମଧ୍ୟ ଘଟଣା
ସ୍ଥଳରେ ଉପସ୍ଥିତ ରହିଛନ୍ତି। କିଭଳି ନିଜ ସ୍ତ୍ରୀକୁ ଅତି ବିଭତ୍ସ ଭାବେ ହତ୍ୟା କଲା
ସ୍ବାମୀ।ସେନେଇ ପୋଲିସ ହତ୍ୟା ସ୍ଥଳରୁ ପ୍ରମାଣ ସଂଗ୍ରହ କରୁଛି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା