
ଭୁବନେଶ୍ୱର, 04 ମାର୍ଚ୍ଚ (ହି.ସ.)-ଆଜି ହେଉଛି
ରଙ୍ଗର ପର୍ବ ହୋଲି । ଏହି ଅବସରରେ ସମସ୍ତଙ୍କୁ ହୋଲିର ଶୁଭେଚ୍ଛା ଜଣାଇଛନ୍ତି
କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏନେଇ ସୋସିଆଲ ମିଡିଆ ଏକ୍ସରେ କେନ୍ଦ୍ରମନ୍ତ୍ରୀ
କହିଛନ୍ତି ଯେ, ରଙ୍ଗର ପର୍ବ 'ହୋଲି' ଅବସରରେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ।
ସମସ୍ତ ଦେଶବାସୀଙ୍କୁ ଆନନ୍ଦ,
ଉଲ୍ଲାସ ଓ ଆଶାରେ ପରିପୂର୍ଣ୍ଣ ପବିତ୍ର ପର୍ବ ହୋଲିର ହାର୍ଦ୍ଦିକ ଶୁଭକାମନା । ଏହି
ରଙ୍ଗୋତ୍ସବ ସମସ୍ତଙ୍କ ଜୀବନରେ ଖୁସି, ଶାନ୍ତି ଓ ନୂଆ ଉତ୍ସାହ ନେଇ କରି ଆସୁ ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା