
ଭୁବନେଶ୍ୱର, ୦୪ ମାର୍ଚ୍ଚ (ହି.ସ.) - ରାଜ୍ୟ ଆଇନ ତଥା ପୂର୍ତ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ନିଜ ସରକାରୀ ବାସଭବନରେ ହୋଲି ପାଳନ କରିଛନ୍ତି। ଏନେଇ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ମନ୍ତ୍ରୀ ଲେଖିଛନ୍ତି
ରଙ୍ଗର ପର୍ବ ହୋଲି ଅବସରରେ ଆଜି ସରକାରୀ ବାସଭବନ ଠାରେ ଭୁବନେଶ୍ୱର-ଏକାମ୍ର ନିର୍ବାଚନମଣ୍ଡଳୀର ବିଧାୟକ ଶ୍ରୀ ବାବୁ ସିଂ, ଭୁବନେଶ୍ୱର-ଉତର ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ଶ୍ରୀ ପ୍ରିୟଦର୍ଶୀ ମିଶ୍ର, ଭୁବନେଶ୍ୱର-ମଧ୍ୟ ନିର୍ବାଚନ ମଣ୍ଡଳୀର ଆମ ଦଳର ବରିଷ୍ଠ ନେତା ଶ୍ରୀ ଜଗନ୍ନାଥ ପ୍ରଧାନଙ୍କ ସହ ଅବିର ଲଗାଇ ଗଣପର୍ବ ପବିତ୍ର ହୋଲିର ହାର୍ଦ୍ଧିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଲି ।
ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦରୁ ରଙ୍ଗର ଉତ୍ସବ ହୋଲି ସମସ୍ତଙ୍କ ଜୀବନରେ ସୁଖ, ଶାନ୍ତି ଓ ସମୃଦ୍ଧିର ନୂତନ ରଙ୍ଗ ଭରିଦେଉ। ପ୍ରେମ ଓ ଭାତୃଭାବର ଏହି ପବିତ୍ର ଉତ୍ସବ ଆମ ସମସ୍ତଙ୍କ ମଧ୍ୟରେ ସାମାଜିକ ସଦଭାବନାକୁ ଆହୁରି ସୁଦୃଢ଼ କରୁ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା