ସରକାରୀ ବାସଭବନରେ ହୋଲି ପାଳନ କଲେ କଂଗ୍ରେସ ବିଧାୟକ ଦଳ ନେତା
ଭୁବନେଶ୍ୱର, 04 ମାର୍ଚ୍ଚ (ହି.ସ.)- କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କଡ଼ାମ ନିଜ ଭୁବନେଶ୍ଵର ସରକାରୀ ବାସଭବନରେ ହୋଲି ପାଳନ କରିଛନ୍ତି। ଦଳର ବହୁ ନେତା ଓ ନେତ୍ରୀ ଙ୍କ ଗହଣରେ ପାଳନ ହୋଇଛି। ଏହି ଅବସରରେ ରାମଚନ୍ଦ୍ର କଡ଼ାମ ବିସ୍ଫୋରକ ବୟାନ ଦେଇ କହିଛନ୍ତି, ଯେ
ସରକାରୀ ବାସଭବନରେ ହୋଲି     ପାଳନ କଲେ କଂଗ୍ରେସ ବିଧାୟକ ଦଳ ନେତା


ଭୁବନେଶ୍ୱର, 04 ମାର୍ଚ୍ଚ (ହି.ସ.)- କଂଗ୍ରେସ

ବିଧାୟକ ଦଳ ନେତା ରାମଚନ୍ଦ୍ର କଡ଼ାମ ନିଜ ଭୁବନେଶ୍ଵର ସରକାରୀ ବାସଭବନରେ ହୋଲି ପାଳନ

କରିଛନ୍ତି। ଦଳର ବହୁ ନେତା ଓ ନେତ୍ରୀ ଙ୍କ ଗହଣରେ ପାଳନ ହୋଇଛି। ଏହି ଅବସରରେ ରାମଚନ୍ଦ୍ର

କଡ଼ାମ ବିସ୍ଫୋରକ ବୟାନ ଦେଇ କହିଛନ୍ତି, ଯେଉଁ ମାନେ ଘୋଡା ବେପାରରେ ନିଜକୁ ସାମିଲ୍ କରିଛନ୍ତି ସେମାନଙ୍କ ରାଜନୈତିକ କ୍ୟାରିୟର

ଶେଷ ହୋଇଯାଇଚି। ଅତୀତରେ ବହୁ ନେତା ସଫା ହୋଇଯାଇଛନ୍ତି।

ଚାର୍ଟର ଫ୍ଲାଇଟରେ ନେତାଙ୍କୁ ନେଇ ଗାୟବ କରାଯାଇଛି। ତାପରେ ଆଉ ବିଧାନସଭା ଆସିପାରି ନାହାଁନ୍ତି। ଆମ

କଂଗ୍ରେସ ବିଧାୟକ ମାନେ ଏକ ଅଛନ୍ତି। ଦିଲୀପ ରାୟ

କହୁଛନ୍ତି 30 ଭୋଟ ସେତେବେଳେ ପାଇଥିଲେ,

ଏବେ କଣ ହେଉଛି ଦେଖିବା।

ଆମ ପ୍ରାର୍ଥୀ କିନ୍ତୁ ଉଚ୍ଚ ଶିକ୍ଷିତ ବୋଲି ସେ କହିଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande