ଗୁରୁବାରେ ଶ୍ରୀଜୀଉଙ୍କ ବନକଲାଗି : ୪ ଘଂଟା ଦର୍ଶନ ବନ୍ଦ ରହିବ
ଗୁରୁବାରେ ଶ୍ରୀଜୀଉଙ୍କ ବନକଲାଗି : ୪ ଘଂଟା ଦର୍ଶନ ବନ୍ଦ ରହିବ ପୁରୀ, ୪ ମାର୍ଚ୍ଚ (ହି.ସ.)- ଆସନ୍ତାକାଲି ୫ ତାରିଖ ଗୁରୁବାର ଚୈତ୍ର ମାସ କୃଷ୍ଣପକ୍ଷ ଦ୍ୱିତୀୟା ତିଥିରେ ଶ୍ରୀବିଗ୍ରହମାନଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ । ଦ୍ୱିତୀୟ ଭୋଗମଣ୍ଡପ ଭୋଗ ଶେଷ ହେବାପରେ ଆପାତତଃ ସନ୍ଧ୍ୟା ୬ଘଟିକା ଠା
ଗୁରୁବାରେ ଶ୍ରୀଜୀଉଙ୍କ ବନକଲାଗି : ୪ ଘଂଟା ଦର୍ଶନ ବନ୍ଦ ରହିବ


ଗୁରୁବାରେ ଶ୍ରୀଜୀଉଙ୍କ ବନକଲାଗି : ୪ ଘଂଟା ଦର୍ଶନ ବନ୍ଦ ରହିବ

ପୁରୀ, ୪ ମାର୍ଚ୍ଚ (ହି.ସ.)- ଆସନ୍ତାକାଲି ୫ ତାରିଖ ଗୁରୁବାର ଚୈତ୍ର ମାସ କୃଷ୍ଣପକ୍ଷ ଦ୍ୱିତୀୟା ତିଥିରେ ଶ୍ରୀବିଗ୍ରହମାନଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ । ଦ୍ୱିତୀୟ ଭୋଗମଣ୍ଡପ ଭୋଗ ଶେଷ ହେବାପରେ ଆପାତତଃ ସନ୍ଧ୍ୟା ୬ଘଟିକା ଠାରୁ ରାତ୍ର ୧୦ଘଟିକା ପର୍ଯ୍ୟନ୍ତ ପ୍ରାୟ ୪ଘଣ୍ଟା ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ସୂତ୍ରରୁ ଏହି ସୂଚନା ମିଳିଛି ।

ଦତ ମହାପାତ୍ର ସେବକମାନେ ଶ୍ରୀଜୀଉଙ୍କ ଏହି ଗୁପ୍ତ ନୀତି ସମାପନ କରିବେ । ଶ୍ରୀଜୀଉଙ୍କ ବନକ ଲାଗି ତଥା ଶ୍ରୀମୁଖ ଶୃଙ୍ଗାରରେ ପ୍ରାକୃତିକ ରଙ୍ଗ ହିଙ୍ଗୁଳ, ହରିତାଳ, ପ୍ରିୟଙ୍ଗୁ, କସ୍ତୁରୀ, କଳା, ଧଳା ଓ ନାଲି ରଙ୍ଗର ବ୍ୟବହାର ହେବ । ବନକଲାଗି ଶ୍ରୀଜୀଉଙ୍କ ଏକ ଗୁପ୍ତ ନୀତି ହୋଇଥିବାରୁ ଏହି ନୀତି ସମୟରେ ଗର୍ଭଗୃହର ସମସ୍ତ ଦ୍ୱାର ବନ୍ଦ କରାଯାଇଥାଏ । ବନକଲାଗି ପରେ ମହାପ୍ରଭୁଙ୍କ ମହାସ୍ନାନ ନୀତି ଅନୁଷ୍ଠିତ ହେବ । ଏହାପରେ ଭକ୍ତ ମାନେ ଶ୍ରୀବିଗ୍ରହ ମାନଙ୍କ ଦର୍ଶନ କରିପାରିବେ ।

---------------

ହିନ୍ଦୁସ୍ଥାନ ସମାଚାର / ବିଜୟ


 rajesh pande