
Odisha, 01 ଏପ୍ରିଲ୍ (ହି.ସ.)ଖୋର୍ଦ୍ଧା,ସ୍ଥାନୀୟ ରିଜର୍ଭ ପୋଲିସ ଲାଇନ ପରିସରରେ ୯୧ତମ ଓଡିଶା ପୋଲିସ ପ୍ରତିଷ୍ଠା ଦିବସ ପେରେଡ୍ ଅନୁଷ୍ଠିତ ହୋଇଯାଇଛି। ପୋଲିସ ଅଧୀକ୍ଷକ ଆଇପିଏସବିବେକାନନ୍ଦ ଶର୍ମା ଖୋର୍ଦ୍ଧା, ପେରେଡ୍ର ଅଭିବାଦନ ଗ୍ରହଣ କରିବା ସହ ପେରେଡ୍ର ସମୀକ୍ଷା କରିଥିଲେ।ଏହି ଅବସରରେ ଏସପି ଶ୍ରୀ ଶର୍ମା ମହାମହିମ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ସନ୍ଦେଶ ସହିତ ଅନ୍ୟାନ୍ୟ ଗରିମାମୟ ବ୍ୟକ୍ତିବର୍ଗଙ୍କ ସନ୍ଦେଶ ପାଠ କରିଥିଲେ। ଯେଉଁଥିରେ ପୋଲିସ କର୍ମଚାରୀମାନଙ୍କର ନିଷ୍ଠାପର ଓ ନିସ୍ଵାର୍ଥ ସେବାକୁ ଅଭିନନ୍ଦନ ଜଣାଇଥିଲା।
ଏହି ଅବସରରେ ଖୋର୍ଦ୍ଧା ଇଣ୍ଡଷ୍ଟ୍ରିଆଲ୍ ଏଷ୍ଟେଟ୍ ଥାନାର ଏସଆଇ ସ୍ୱାଗତିକା ଦାସ,ଟାଙ୍ଗୀ ଥାନାର ଏଏସଆଇ ତପନ ପ୍ରଧାନ,ହାବିଲଦାର ଉମେଶ ଚନ୍ଦ୍ର ପଟ୍ଟନାୟକ, ଓଆର କନଷ୍ଟେବଲ୍ ସାରିଫ୍ ଖାନ,ଏବଂ ଏପିଆର କନଷ୍ଟେବଲ୍ ସୁଦାମ ଚନ୍ଦ୍ର ବାଲିଆରସିଂହ ତାଙ୍କର ନିଷ୍ଠା ଓ ଉତ୍କୃଷ୍ଟ କାର୍ଯ୍ୟଦକ୍ଷତା ପାଇଁ ମାନପତ୍ର ଏବଂ ନଗଦ ପୁରସ୍କାର ରାଶି ପ୍ରଦାନ କରାଯାଇଥିଲା।
ଶ୍ରୀ ଶର୍ମା ଖୋର୍ଦ୍ଧା ପୋଲିସଙ୍କ ଆଇନ-ଶୃଙ୍ଖଳା ରକ୍ଷାରେ ତାଙ୍କର ନିଷ୍ଠାପୂର୍ଣ୍ଣ କାର୍ଯ୍ୟଦକ୍ଷତାକୁ ପ୍ରଶଂସା କରିଥିଲେ। ଏହି କାର୍ୟକ୍ରମ ପୋଲିସ ବିଭାଗର ଶୃଙ୍ଖଳାବଦ୍ଧତା, ପେଶାଦାରୀତ୍ୱ ଓ ଲୋକସେବା ପ୍ରତି ଅଟୁଟ ପ୍ରତିବଦ୍ଧତାକୁ ପ୍ରକାଶ କରିଥିଲା।
---------------
ହିନ୍ଦୁସ୍ଥାନ ସମାଚାର / ରାକେଶ