
ଡିବ୍ରୁଗଡ଼ (ଆସାମ), ୦୧ ଏପ୍ରିଲ (ହି.ସ.)। ଆସାମ ବିଧାନସଭା ନିର୍ବାଚନ ୨୦୨୬ କୁ ନଜରରେ
ରଖି ସମଗ୍ର ରାଜ୍ୟରେ ନିର୍ବାଚନ ପ୍ରଚାର ଅଭିଯାନ ଜୋରଦାର ଭାବେ ଚାଲିଛି। ଆସନ୍ତା ୯ ଏପ୍ରିଲରେ
ରାଜ୍ୟର ୧୨୬ଟି ବିଧାନସଭା ଆସନ ପାଇଁ ହେବାକୁଥିବା ମତଦାନକୁ ନେଇ ଜନସାଧାରଣ ମଧ୍ୟରେ ଶାସକ ଓ
ବିରୋଧୀ ଦୁହେଁ ପକ୍ଷରୁ ବ୍ୟାପକ ପ୍ରଚାର ଚାଲିଛି। ରାଜ୍ୟରେ କ୍ଷମତାସୀନ ଦଳ ବିଜେପିର ଶୀର୍ଷ
ନେତାମାନଙ୍କର ପ୍ରଚାର ଅଭିଯାନ ଅବିରତ ଚାଲିଛି। ଏହି ମଧ୍ୟରେ କେନ୍ଦ୍ରୀୟ ମନ୍ତ୍ରୀ ଅମିତ ଶାହ ଓ
ରାଜନାଥ ସିଂହଙ୍କ ପ୍ରଚାର ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଧେମାଜିର ଗୋଗାମୁଖ ଏବଂ
ବିଶ୍ୱନାଥରେ ଦୁଇଟି ନିର୍ବାଚନୀ ସଭାରେ ଯୋଗଦେବେ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା