ସାରା ଭଦ୍ରକ ଗାଇଲା ‘ବନ୍ଦେ ଉତ୍କଳ ଜନନୀ’, ଓଡ଼ିଶା ଦିବସରେ ବରପୁତ୍ରଙ୍କୁ ଜଣାଇଲେ ଶ୍ରଦ୍ଧାଞ୍ଜଳୀ
ଭଦ୍ରକ, ୧ ଅପ୍ରେଲ (ହି.ସ.) - ଆଜି ଓଡ଼ିଶା ଦିବସ ଅବସରରେ ଓଡ଼ିଆ ପକ୍ଷ ପାଳନ ହେଉଛି। ଏହି ଅବସରରେ ସାରା ଭଦ୍ରକ ଗାନ କଲା ବର ପୁତ୍ର କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ରଚିତ ଉତ୍କଳ ଜନନୀ।ଭଦ୍ରକ ସହରର ନେହେରୁ ଷ୍ଟାଡିୟମ ପରିସରରେ ଜିଲ୍ଲାର ବିଭିନ୍ନ ପ୍ରାନ୍ତ ଓ ବିଦ୍ୟାଳୟର ଛାତ୍ରଛାତ୍ରୀ, ବହୁ ସ
BANDE UTKAL JANANI GANA AT BHADRAK


ଭଦ୍ରକ, ୧ ଅପ୍ରେଲ (ହି.ସ.) - ଆଜି ଓଡ଼ିଶା ଦିବସ ଅବସରରେ ଓଡ଼ିଆ ପକ୍ଷ ପାଳନ ହେଉଛି। ଏହି ଅବସରରେ ସାରା ଭଦ୍ରକ ଗାନ କଲା ବର ପୁତ୍ର କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ରଚିତ ଉତ୍କଳ ଜନନୀ।ଭଦ୍ରକ ସହରର ନେହେରୁ ଷ୍ଟାଡିୟମ ପରିସରରେ ଜିଲ୍ଲାର ବିଭିନ୍ନ ପ୍ରାନ୍ତ ଓ ବିଦ୍ୟାଳୟର ଛାତ୍ରଛାତ୍ରୀ, ବହୁ ସଂଗଠନର ୫ ହଜାରରୁ ଉର୍ଦ୍ଧ ବ୍ୟକ୍ତି ବିଶେଷଙ୍କ ସମାଗମ ହୋଇଥିଲା। ସମସ୍ତେ ଏକ ସ୍ୱରରେ ବନ୍ଦେ ଉତ୍କଳ ଜନନୀ ଗାନ କରିଥିଲେ। ଓଡିଶା ଦିବସ ପାଳନ ଅବସରରେ ବନ୍ଦେ ଉତ୍କଳ ଜନନୀ ସାମୂହିକ ଗାୟନ କାର୍ଯ୍ୟକ୍ରମକୁ ଓଡ଼ିଶା ସରକାରଙ୍କ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଓ ଉତ୍କଳ ମ୍ୟୁଜିକ ଶିକ୍ଷାନୁଷ୍ଠାନ ସହଯୋଗରେ ଅନୁଷ୍ଠିତ ହୋଇଛି। ଏଥିରେ ମୁଖ୍ୟ ଅତିଥିଭାବେ ରାଜ୍ୟ ସରକାରଙ୍କର ମାନ୍ୟବର ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଯୋଗ ଦେଇ ଓଡ଼ିଆ ପକ୍ଷର ଲୋଗୋକୁ ଉନ୍ମୋଚନ କରିବା ସହ ପ୍ରାୟ ୫ ହଜାର ଲୋକମାନଙ୍କ ସହିତ ବନ୍ଦେ ଉତ୍କଳ ଜନନୀ ଗାନ କରିଛନ୍ତି. ଏହି ପରିପ୍ରେକ୍ଷୀରେ କାନ୍ତ କବିଙ୍କ ୩ ଜଣ ଦାୟାଦଙ୍କୁ ମଞ୍ଚ ଉପରେ ସମ୍ବର୍ଦ୍ଧନା କରାଯାଇଥିଲା। ଆଜି ଜିଲ୍ଲା ତମାମ ଏହି ବନ୍ଦେ ଉତ୍କଳ ଜନନୀ ଗାନ କରାଯାଉଥିବାବେଳେ କାନ୍ତକବିଙ୍କ ମାଟିରେ ଭାଷା, ସାହିତ୍ୟ ସଂସ୍କୃତି ବିଭାଗ ପକ୍ଷରୁ ଉନ୍ନତି କରଣ କାର୍ଯ୍ୟକ୍ରମ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି।ସେହିପରି ଜିଲ୍ଲାର ସମସ୍ତ ବରପୁତ୍ର ମାନଙ୍କ ପ୍ରତିମୂର୍ତିରେ ଜିଲ୍ଲା ପ୍ରଶାସନ ପକ୍ଷରୁ ପୁଷ୍ପ ମାଲ୍ୟ ଅର୍ପଣ କରାଯାଇଛି। ସେହିପରି ରାଜ୍ୟ ମାନ୍ୟତା ପାଇଥିବା ଏହି ସଂଗୀତ କୁ ତମାମ ରାଜ୍ୟରେ ୧୧୫ ତମ ଜୟନ୍ତୀରେ ସମୂହ ଗାନ କରଯାଉ ବୋଲି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିବା ସହ ଆଜିର ଦିନର ସମୂହ ବନ୍ଦେ ଉତ୍କଳ ଜନନୀ ସଂଗୀତ ଗାନ କରାଯାଇ ଥିବାରୁ ରାଜ୍ୟ ସଂସ୍କୃତି ମନ୍ତ୍ରୀ ଓ ଜିଲ୍ଲା ପ୍ରଶାସନ ଙ୍କୁ ଧନ୍ୟବାଦ ଜଣାଇଛନ୍ତି କାନ୍ତ କବିଙ୍କ ଦାୟାଦମାନେ। ଆଜିର ଏହି ଉତ୍ସବରେ ଉଚ୍ଚ ଶିକ୍ଷା, ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ସହ ଜିଲ୍ଲାପାଳ ଦିଲ୍ଲୀପ ରାଉତରାଏ , ଲୋକପ୍ରତିନିଧିମାନେ ଅତିଥି ଭାବେ ଯୋଗ ଦେଇଥିଲେ। ଭଦ୍ରକ ଜିଲ୍ଲାକୁ ବିଶ୍ୱପ୍ରସିଦ୍ଧ କରିବା ସହ ଏହାର ଗୌରବଗାଥାକୁ ସମସ୍ତଙ୍କ ନିକଟରେ ପହଞ୍ଚାଇବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଲକ୍ଷ୍ୟ ବୋଲି କହିଛନ୍ତି ମନ୍ତ୍ରୀ ଶ୍ରୀ ସୁରଜ।ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande