ରାଜ୍ୟର ପ୍ରମୁଖ ସମବାୟ ସମତିର ସଭାପତି, ନିର୍ଦ୍ଦେଶକ ଏବଂ ସଦସ୍ୟ ବିଜେପିରେ ହେଲେ ସାମିଲ
ଭୁବନେଶ୍ୱର, ୦୧ ଏପ୍ରିଲ (ହି.ସ.)-ରାଜ୍ୟର ପ୍ରମୁଖ ସମବାୟବିତ୍ ଏବଂ ନେତୃବୃନ୍ଦ ଆଜି ଆନୁଷ୍ଠାନିକ ଭାବେ ବିଜେପିରେ ଯୋଗଦାନ କରିଛନ୍ତି । ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ, ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ ସମସ୍ତଙ୍କୁ ଦଳୀୟ ଟୋପି ଓ ଉତରୀୟ ପିନ୍ଧାଇ ଦଳକୁ ସ୍ୱାଗତ କରିଛନ୍ତି । ଆଜି ରାଜ୍ୟ କ
j


ଭୁବନେଶ୍ୱର, ୦୧ ଏପ୍ରିଲ (ହି.ସ.)-ରାଜ୍ୟର ପ୍ରମୁଖ ସମବାୟବିତ୍ ଏବଂ ନେତୃବୃନ୍ଦ ଆଜି ଆନୁଷ୍ଠାନିକ ଭାବେ ବିଜେପିରେ ଯୋଗଦାନ କରିଛନ୍ତି । ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ, ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ ସମସ୍ତଙ୍କୁ ଦଳୀୟ ଟୋପି ଓ ଉତରୀୟ ପିନ୍ଧାଇ ଦଳକୁ ସ୍ୱାଗତ କରିଛନ୍ତି ।

ଆଜି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ଓଡ଼ିଶା ଷ୍ଟେଟ କୋଅପରେଟିଭ ବ୍ୟାଙ୍କ (ଓଏସ୍?ସିବି)ର ଅଧ୍ୟକ୍ଷ ଶ୍ରୀ ଟି.ପ୍ରସାଦ ରାଓ ଡୋରା, ରାଜ୍ୟ ସମବାୟ ସଂଘ (ଓଏସସିୟୁ) ସଭାପତି ଶ୍ରୀମତୀ ପ୍ରଭାସିନୀ ଷଡଙ୍ଗୀ, ଅର୍ବାନ ବ୍ୟାଂକ ଫେଡେରେସନ ସଭାପତି ମହେନ୍ଦ୍ର କୁମାର ନାୟକ, ଓଡିଶା ମହିଳା ବିକାଶ ସମବାୟ ନିଗମ ଲିମିଟେଡ୍ ଅଧ୍ୟକ୍ଷା ସ୍ୱାଧୀନବାଳା ଦାସ ଓ ଉପାଧ୍ୟକ୍ଷା ସୁଷମା ଦାସ, ବୟନିକା ସଭାପତି ପ୍ରକାଶ ଚନ୍ଦ୍ର ମେହେର, ଉତ୍କଳିକା ସଭାପତି ଶ୍ରୀମତୀ ଦେବସ୍ମିତା ସାହୁ, ଫିସଫେଡ ଅଧକ୍ଷ ଶ୍ରୀମତୀ ସସ୍ମିତା ରାଉତ, ଓପୋଲଫେଡ ଅଧ୍ୟକ୍ଷ ଭୋଳେଶ୍ୱର ସ୍ୱାଇଁ, ଓମଫେଡ ଅଧ୍ୟକ୍ଷ କିଶୋର ଚନ୍ଦ୍ର ପ୍ରଧାନୀ ଓ ଉପସଭାପତି ସୁନିତା ବରାଳ, ଟିଡିସିସି ଅଧ୍ୟକ୍ଷ ଚମେଲି ଓରାମ, ଶ୍ରମ ଓ ନିର୍ମାଣ କୋଅପରେଟିଭ ଲିମିଟେଡ ଅଧ୍ୟକ୍ଷ ପ୍ରମୋଦ କୁମାର ସାମନ୍ତରାୟ, ଅନୁଗୁଳ କେନ୍ଦ୍ରୀୟ ସମବାୟ ବ୍ୟାଂକର ପୂର୍ବତନ ଅଧ୍ୟକ୍ଷ ବିଭୁଦେନ୍ଦୁ ପଟ୍ଟନାୟକ, ଖୋର୍ଦ୍ଧା ସେଂଟ୍ରାଲ କୋଅପରେଟିଭ ବ୍ୟାଂକର ଉପସଭାପତି ଜୟଶ୍ରୀ ଗଡନାୟକ, ବ୍ରହ୍ମପୁର କେନ୍ଦ୍ରୀୟ କୋଅପରେଟିଭ ବ୍ୟାଂକ ସଭାପତି ଶିବରାମ ପାତ୍ର, ବୈାଦ୍ଧ କେନ୍ଦ୍ରୀୟ କୋଅପରେଟିଭ ବ୍ୟାଂକ ସଭାପତି ଅରୁଣ ପ୍ରଧାନ, ଓଡ଼ିଶା ରାଜ୍ୟ ଗୃହନିର୍ମାଣ ସମବାୟ ସଂସ୍ଥାର ଅଧ୍ୟକ୍ଷ ରାଜେଶ ମହାନ୍ତି, ଭୁବନେଶ୍ୱର କୋଅପରେଟିଭ ସୁପର ବଜାରର ସଭାପତି ସସ୍ମିତା ମହାନ୍ତି, ସ୍ୱୟଂଶ୍ରୀ ମହିଳା ସମିତି ଅଧ୍ୟକ୍ଷା ପୂର୍ଣ୍ଣିମା ସିଂହ, ମହିଳା ବିକାଶ ସମବାୟ ନିଗମ ନିର୍ଦ୍ଦେଶକ କଲ୍ୟାଣୀ ସ୍ୱାଇଁ ପ୍ରମୁଖଙ୍କ ସମେତ ଓଏସ୍?୍?ସିବି, ଓପୋଲଫେଡ, ଓମଫେଡ, ଉତ୍କଳିକା, ବୟନିକା, ମହିଳା ବିକାଶ ସମବାୟ ନିଗମ, ରାଜ୍ୟ ସମବାୟ ସଂଘ, ସ୍ୱୟଂଶ୍ରୀ ମହିଳା ସମିତି, ଯାଜପୁର ହାଉସ ବିଲ୍ଡିଂ, କନକଦୁର୍ଗା ମହିଳା କୋଅପରେଟିଭ ସୋସାଇଟି, ଶ୍ରମ ଓ ନିର୍ମାଣ କୋଅପରେଟିଭ ଲିମିଟେଡ, ବ୍ରହ୍ମପୁର ସିସିବି, ବିଭିନ୍ନ କୃଷିଭିତିକ ସମବାୟ ସଂସ୍ଥାର ଶତାଧିକ ନିର୍ଦ୍ଦେଶକବୃନ୍ଦ ଏବଂ ସଦସ୍ୟମାନେ ଆନୁଷ୍ଠାନିକ ଭାବେ ବିଜେପିରେ ଯୋଗଦାନ କରିଛନ୍ତି । ସେହିପରି ଭୁବନେଶ୍ୱର କୋଅପରେଟିଭ ସୁପର ବଜାର, କ୍ୟାପଟାଲ କୋଅପରେଟିଭ ହାଉସିଂ ସଂସ୍ଥା, ରିଜିଓନାଲ କୋଅପରେଟିଭ ମାର୍କେଟିଂ ସୋସାଇଟିର ଶତାଧିକ ସଦସ୍ୟମାନେ ବିଜେପିରେ ଯୋଗଦାନ କରିଛନ୍ତି ।

ଏହି ମିଶ୍ରଣ ପର୍ବରେ ରାଜ୍ୟ ସମବାୟ ବିଭାଗ ମନ୍ତ୍ରୀ ଶ୍ରୀ ପ୍ରଦୀପ ବଳସାମନ୍ତ, ମୁଖ୍ୟ ସଚେତକ ଶ୍ରୀ ସରୋଜ ପ୍ରଧାନ, ବିଧାୟକ ଶ୍ରୀ ବାବୁ ସିଂ, ସରୋଜ ପାଢୀ, ପୂର୍ଣ୍ଣଚନ୍ଦ୍ର ସେଠୀ, ରାଜ୍ୟ ସମ୍ପାଦକ ସରୋଜ କର, ବରିଷ୍ଠ ନେତା ଯଜେ୍ଞଶ୍ୱର ବାବୁ, ଜଗନ୍ନାଥ ପ୍ରଧାନ, ଭୁବନେଶ୍ୱର ଜିଲ୍ଲା ସଭାପତି ଶ୍ରୀ ନିରଞ୍ଜନ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande