
ଭୁବନେଶ୍ୱର, ୦୧ ଏପ୍ରିଲ (ହି.ସ.)- ରାଜ୍ୟସଭା ଶୂନ୍ୟକାଳରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କୁ ଭାରତ ରତ୍ନ ପ୍ରଦାନ ନିମନ୍ତେ ଦାବି କରିଛନ୍ତି ବିଜେଡି ସାଂସଦ ମୁନା ଖାଁ। ସେ ଗୃହରେ ବିଜୁ ବାବୁଙ୍କ ଦେଶ ପ୍ରତି ଅବଦାନକୁ ବ୍ୟାଖ୍ୟା କରି ଦାବି ଦୋହରାଇଛନ୍ତି । ଗୃହର ପ୍ରଥମ ଦିନ ଏବଂ ତାଙ୍କ କାର୍ଯ୍ୟକାଳର ଶେଷ ଦିନରେ ସେ ସେହି ସମାନ ଦାବି କେନ୍ଦ୍ର ସରକାରଙ୍କ ନିକଟରେ ରଖିଥିବା କହିଛନ୍ତି । ଆମ ରାଜ୍ୟରୁ ଆସିଥିବା କେନ୍ଦ୍ରମନ୍ତ୍ରୀ ମାନେ ଗୃହରେ ଅଛନ୍ତି ମୁଁ ନିବେଦନ କରୁଛି କି ତାଙ୍କ ସରକାରଙ୍କୁ କୁହନ୍ତୁ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା