
ଭୁବନେଶ୍ୱର, ୦୧ ଏପ୍ରିଲ (ହି.ସ.)- ବିଶ୍ୱ ଓଡ଼ିଆ ପରିବାର ପକ୍ଷରୁ ବୁଧବାର ଭୁବନେଶ୍ୱରଠାରେ ‘ଓଡ଼ିଆ ଦିବସ’ ପାଳନ ଅବସରରେ ଓଡ଼ିଆ ଭାବଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା । ଅନୁଷ୍ଠାନର ସଭାପତି ଶ୍ରୀ ସଜ୍ଜନ ଶର୍ମାଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ସମାଜର ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟ କରୁଥିବା କେତେକ ବିଶିଷ୍ଟ ବ୍ୟକ୍ତି ଯୋଗଦେଇ ଓଡ଼ିଶାର ବିକାଶ ଦିଗରେ ସେମାନଙ୍କର ମତ ପ୍ରଦାନ କରିଥିଲେ । ବିଶେଷ କରି ଓଡ଼ିଆ ସଂସ୍କୃତି, ସାହିତ୍ୟ, ପରମ୍ପରା ଓ ଯୌଥ ପରିବାର ସମ୍ବନ୍ଧରେ ବିଶେଷଜ୍ଞମାନେ ବିଷଦ ଆଲୋଚନା କରି ଏହା କିପରି ଆମର ଜନଜୀବନକୁ ପ୍ରଭାବିତ କରୁଛି ତାହା ଆଲୋକପାତ କରିଥିଲେ । ଆଗାମୀ ଦିନ ମାନଙ୍କରେ ବିଶ୍ୱ ଓଡ଼ିଆ ପରିବାର ପକ୍ଷରୁ ଏ ଦିଗରେ ବିଭିନ୍ନ କାର୍ଯ୍ୟକ୍ରମ କରାଯିବ ବୋଲି ଆଲୋଚନା ଚକ୍ରରେ ସଂକଳ୍ପ କରାଯାଇଥିଲା ।
ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ହୃଦ୍ରୋଗ ବିଶେଷଜ୍ଞ ଡଃ ଭାଗିରଥି ପାଢୀ, ସମାଜସେବୀ ସୁଜାତା ସିଂହ, ଜ୍ୟୋର୍ତିବିଦ୍ ଡଃ ସୁମିତ ସାହୁ, ବିଶିଷ୍ଟ ସାହିତ୍ୟକ ମନୋରଂଜନ ଷଢଙ୍ଗୀ, ପରିବେଶ ବିଜ୍ଞାନୀ ଡଃ ହାଡ଼ିବନ୍ଧୁ ପାଣିଗ୍ରାହୀ, ଭୂବିଜ୍ଞାନୀ କାରକ ମହାନ୍ତି, ଶିକ୍ଷାବିତ୍ ଡଃ ପ୍ରୀତିପ୍ରତିଭା ଭୋଳ, ଯୋଗାଯୋଗ ବିଶେଷଜ୍ଞ ଡଃ ରବି ଶର୍ମା, ଯୁବ ସମାଜ ସେବୀ ରାଜେନ୍ଦ୍ର ପଣ୍ଡା ଓ ସୌମେନ୍ଦ୍ର ପ୍ରକାଶ ରାୟ, ସୁରେଶ କୁମାର ସାହୁ, ସୁଜିତ କୁମାର ଦାସ, ସୁବ୍ରତ କିଶୋର ନାୟକ, ସ୍ୱାଗତିକା ଧଳ ଆଦି ଆଲୋଚନାରେ ଭାଗ ନେଇଥିଲେ ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା