
ନୂଆପଡ଼ା,୧ ଏପ୍ରିଲ (ହି.ସ.)- ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଠାରେ ନୂଆପଡା ଜିଲ୍ଲା ବିଜୁ ଯୁବ ଛାତ୍ର ଜନତା ଦଳ ପକ୍ଷରୁ ପ୍ରବାଦ ପୁରୁଷ, ବିଶିଷ୍ଟ ସ୍ବାଧିନତା ସଂଗ୍ରାମୀ ବିଜୁ ପଟ୍ଟନାୟକଙ୍କ ଉପରେ ବିଜେପି ସାଂସଦ ନିଶିକାନ୍ତ ଦୁବେଙ୍କ ଅଶୋଭନୀୟ ମନ୍ତବ୍ୟ ପ୍ରଦାନ ବିରୋଧରେ ଖଡ଼ିଆଳ ଥାନା ଛକ ଠାରେ ଖଡ଼ିଆଳ ବିଧାୟକ ଅଧିରାଜ ପାଣିଗ୍ରାହୀଙ୍କ ତତ୍ତ୍ଵାବଧାନରେ ତଥା ଖଡ଼ିଆଳ ବ୍ଲକ ବିଜେଡ଼ି ସଭାପତି ହିରାଧର ମେହେର ଏବଂ ରାଜ୍ୟ ଯୁବ ବିଜେଡ଼ି ସାଧାରଣ ସମ୍ପାଦକ ମହମ୍ମଦ ସାହିଦଙ୍କ ନେତୃତ୍ୱରେ ଏକ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ସହ ନିଶିକାନ୍ତ ଦୂବେଙ୍କ କୁଶ ପୁତ୍ତଳିକା ଦାହ କରାଯାଇଥିଲା। ଏଥିରେ ନୂଆପଡା ଜିଲ୍ଲା ବିଜୁ ଜନତା ଦଳ ସଭାପତି ଅବନୀ ରଞ୍ଜନ ଯୋଶୀ, ଜିଲ୍ଲା ମହିଳା ସଭାପତି ସନ୍ତୋଷିନି ସଲାମା, ସରସ୍ଵତୀ ବାଗ, ଖଡ଼ିଆଳ ନଗର ସଭାପତି ଦିପକ ଖମାରୀ, ୟାସିନ ମହମ୍ମଦ, ଯୋଗେନ୍ଦ୍ର ପାଣ୍ଡେ, ପରିକ୍ଷିତ ସତନାମି, ଦଶମୁ ବେହେରା, ସତପାଲ ଛବଡା, ସୁନିଲ ସାହୁ, ଜିକେ ବାଗ, ରଞ୍ଜିତ ଶବର, ପ୍ରେମଲାଲ ବାଗ, ଲକ୍ଷରାମ ଷଣ୍ଢ, ସୁବାସ ବଘେଲ, ନୀଳାମ୍ବର ମେହେର, ମନୋଜ ସୁନାନୀ , ବରୁଣ ସୁନା, ପବନ ତ୍ରିବେଡି, ପଞ୍ଚାନନ ବେହେରା ସମେତ ଶତାଧିକ କର୍ମକର୍ତ୍ତା ଯୋଗ ଦେଇ ନିଶିକାନ୍ତ ଦୁବେଙ୍କ ମନ୍ତବ୍ୟକୁ ନିନ୍ଦା କରିବା ସହ ବିଜେପିର ଶୀର୍ଷ ନେତୃତ୍ୱ କ୍ଷମା ପ୍ରାର୍ଥନା ପାଇଁ ଦାବୀ କରିଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ହେମନ୍ତ