
କେନ୍ଦ୍ରାପଡ଼ା, ୦୧ ଏପ୍ରିଲ୍(ହି.ସ.) – କେନ୍ଦ୍ରାପଡ଼ା ପୌରସଂସ୍ଥା ଦୃଷ୍ଟିହୀନ ବିଦ୍ୟାଳୟ ପରିସରରେ ଉତ୍କଳ ଦିବସ ଓ ୩୭ ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ପ୍ରଧାନ ଶିକ୍ଷକ ସ୍ୱପ୍ନାଂଶୁ କୁମାର ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀ ସଂଗ୍ରାମ କେଶରୀ ବେଉରା, ମୁଖ୍ୟବକ୍ତା ଭାବେ କେନ୍ଦ୍ରାପଡ଼ା ପୌରସଂସ୍ଥା ର ପ୍ରାକ୍ତନ୍ ନିର୍ବାହୀ ଅଧିକାରୀ ଶ୍ରୀ ବଳଭଦ୍ର ପତ୍ରୀ, ସମ୍ମାନୀତ ଅତିଥି ଭାବେ ପ୍ରାକ୍ତନ ଛାତ୍ର ଛାତ୍ରୀ କେନ୍ଦ୍ରାପଡ଼ା ସ୍ୱୟଂ ଶାସିତ ମହାବିଦ୍ୟାଳୟ ର ଓଡିଆ ଭାଷା ସାହିତ୍ୟ ବିଭାଗର ଅଧ୍ୟାପିକା ସସ୍ମିତା ଅଧିକାରୀ, ରାଜନୀତି ବିଜ୍ଞାନ ମହାବିଦ୍ୟାଳୟର ଅଧ୍ୟାପକ ଡ଼ ବାବାଇ ନନ୍ଦୀ, ବିଶିଷ୍ଟ ସମାଜସେବୀ ସମୀର ଚାନ୍ଦ, ପୁନର୍ବାସର ସହ ସମ୍ପାଦକ ବଂଶୀଧର ମହାନ୍ତି, ବରିଷ୍ଟ ସାମ୍ବାଦିକ କୁଳମଣୀ ଲେଙ୍କ। ପ୍ରମୁଖ ଯୋଗ ଦେଇ ଉତ୍କଳ ଦିବସ ପାଳନର ଆବଶ୍ୟକତା ସମ୍ପ୍ କ୍ ରେ ଆଲୋଚନା କରିବା ସହ ସେହି ମହାମନିସ ମାନଙ୍କର ସ୍ମୃତି ଚ।ରଣ କରିଥିଲେ। ପୌରସଂସ୍ଥା ଦୃଷ୍ଟିହୀନ ବିଦ୍ୟାଳୟର ୩୬ ବର୍ଷର ସମୟର ବିଭିନ୍ନ ଘଟଣା ବଳି ସମ୍ପର୍କରେ ଆଲୋଚନା କରିବା ସହ ଅନେକ କିଛି ଉନ୍ନତି ହୋଇଛି। ସହକାରୀ ଶିକ୍ଷୟତ୍ରୀ ସୋନାଲିକ। ସ୍ୱାଇଁ ଧନ୍ୟବାଦ୍ ଅର୍ପଣ କରିଥିଲେ। ମହେନ୍ଦ୍ର ସିଂହ, ଗୀତାଞ୍ଜଳୀ ଦାସ,ମାନିନୀ ବେହେରା, ଅଲେଖ ଜେନା, ମନୋଜ୍ ବେହେରା, ବିକାଶ ଦାସ ପ୍ରମୁଖ ସହଯୋଗ କରିଥିଲେ।
.......................................
ହିନ୍ଦୁସ୍ଥାନ ସମାଚାର / ରବି